STORYMIRROR

Purna chandra Rana

Romance Classics

4  

Purna chandra Rana

Romance Classics

ଏକ ପ୍ରେମର ନାମ ନଈ

ଏକ ପ୍ରେମର ନାମ ନଈ

1 min
215


ଏକ ପ୍ରେମର ନାମ ନଈ

ସେ‌ ଅଙ୍କା ବଙ୍କା ଯାଏ ବହି

ଗୋଟେ ହୃଦୟରେ ତା'ର ଘର

ତାକୁ କରେ ସେ ଅତି ନିଜର ।


ଏକ ପ୍ରେମର ନାମ ନଈ

ସେ କାନେ କାନେ ଯାଏ କହି

ମୁଁ ଯେ ଅମୃତର ଏକ ଧାର

ମୁହିଁ ବହିଯାଏ ଝରଝର ।


ଏକ ପ୍ରେମର ନାମ ନଈ

ସେ ପବିତ୍ର ହୃଦୟ ପାଇଁ

ମଧୁ ସମ୍ପର୍କର ଏହା ଯୋଗ

ଏଠି ଲାଗେନାହିଁ କେବେ ଦାଗ ।


ଏକ ପ୍ରେମର ନାମ ନଈ

ସେ ସେନେହ ପୀରତି ପାଇଁ

କେବେ ସାଜେ ରାଗ ଅଭିମାନ

ପୁଣି ଅମାରେ ଉଜ୍ଵଳ ଜହ୍ନ ।


ଏକ ପ୍ରେମର ନାମ ନଈ

କେବେ ଆସେ ସାତ ରଙ୍ଗ ନେଇ

ସେ ଲଗାଏ କା ଦେହେ ରଙ୍ଗ

ସେ ହିମାଳୟ ଗିରି ଶୃଙ୍ଗ ।


ଏକ ପ୍ରେମର ନାମ ନଈ

ଆସେ ଫୁଲର ପସରା ନେଇ

କାହା ହୃଦୟ କରେ କୋମଳ

ସେ ଅଟେ ବହୁତ ସରଳ ।


   


Rate this content
Log in

Similar oriya poem from Romance