STORYMIRROR

BHAGABANA NAIK

Tragedy

4  

BHAGABANA NAIK

Tragedy

ଧିକ ପ୍ରଭୁ - ଭକ୍ତ ଭାବ

ଧିକ ପ୍ରଭୁ - ଭକ୍ତ ଭାବ

1 min
384

ଧିକ ପ୍ରଭୁ - ଭକ୍ତ ଭାବ


କରିଥିଲି ଆଶା ଫେଡିବୁ ଦୁର୍ଦ୍ଦଶା

ତୁହି ପ୍ରଭୁ ଜଗନ୍ନାଥ,

ତ୍ରାହିମାଂ ତ୍ରାହିମାଂ ଶୁଭୁନାହିଁ କିରେ

ଆରତେ ଡାକୁଛି ଭକ୍ତ ।

ଭାବ ଭକତିରେ ବନ୍ଧା ପରା ତୁହି

କେଉଁ ଭାବେ କଲି ଉଣା! 

ଲୋଡା ନାହିଁ ପରା ଧନ ଦଉଲତ 

କିସ ମୁଁ ଦେବି ପାଉଣା? 

ରହି ଶୀରିକ୍ଷେତ୍ରେ ଦେଖୁଅଛୁ ନେତ୍ରେ 

ଗ୍ରାସିଅଛି ମହାମାରୀ, 

ଉଦ୍ଧାର କରତା ନାମ ବୋଲାଇ ତୁ 

ପାରୁନୁ ଭକ୍ତ ଉଦ୍ଧାରି । 

ଗୋଟି ଗୋଟି କରି ପଡୁଛନ୍ତି ଝଡି 

ଆବାଳ ବୃଦ୍ଧ ବନିତା, 

ଧନ୍ଯ ଧନ୍ଯ ତୋର ପ୍ରଭୁ ପଣିଆକୁ 

ଧନ୍ଯ ନାମ ରକ୍ଷାକର୍ତ୍ତା। 

ଏପାଖେ ଗଡୁଛି ନନ୍ଦିଘୋଷ ରଥ 

ସେପାଖେ ଉଠୁଛି ଶବ, 

ଘୋଷଜାତ ଦେଖି- ପାରୁନି ଭକତ 

ଧିକ ପ୍ରଭୁ-ଭକ୍ତ ଭାବ। 

ପୁତ୍ରକୁ ମୁଖାଗ୍ନି ପିତା ଦେଉଅଛି 

ସ୍ବାମୀକୁ ଦେଉଛି ଜାୟା, 

ଚତୁର୍ଦ୍ଦିଗେ ଶୁଭେ ହାହାକାର ଧ୍ବନି 

ଜୁଇରେ ଜଳୁଛି କାୟା। 

କୃପାନେତ୍ରେ ଚାହିଁ ଦେ ତୁ କହ୍ନାଇ 

ଜଗତ ଉଦ୍ଧାର ହେବ, 

ନୋହିଲେ ଜଗତେ କହିବେରେ ତୋତେ 

'ଧିକ ପ୍ରଭୁ - ଭକ୍ତ ଭାବ ।'



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy