ଧୀର ପାଣି ପଥର କାଟେ
ଧୀର ପାଣି ପଥର କାଟେ
ଧୀରେ ଧୀରେ ହୁଏ କାର୍ଯ୍ୟର ହାସଲ
ଧୀର ପାଣି ଏଣୁ କାଟଇ ପଥର ।
ଧୀର ସ୍ଥିର ମନେ କରିଣ ବିଚାର
ଚିନ୍ତା ଚେତନା କୁ ଧରି ଅଗ୍ରସର ।
ହେଲେ ଯାଇ ସିନା ସବୁଠି ସଫଳ
ପରୀକ୍ଷଣ କରି , ନାନା ଆବିଷ୍କାର ।
କରୁଛନ୍ତି ଏହି ଉପାୟେ ସଭିଏଁ
ଧଇଯ୍ୟ, ସାହସ ନିଷ୍ଠା ଦି ସୁଗୁଣେ ।
ସଫଳତା ସିନା ପାଇ ଥାନ୍ତି ଜନେ
ଧୀର ପଦକ୍ଷେପେ ଅଗ୍ରସର କାମେ ।
ହୋଇ କି ସଫଳ ହେବା ପାଇଁ ଆମେ
ବ୍ୟବହାର ହୁଏ ନିତି ନୀତି କ।ମେ ।
ନିୟମ ର ବ୍ଯବହାର କରି ଥାନ୍ତି
ଧୀର ସ୍ଥିର ମନେ ସଫଳତା ପାନ୍ତି ।
