STORYMIRROR

Chittaranjan Nanda

Fantasy Others Children

4  

Chittaranjan Nanda

Fantasy Others Children

ଦହିବରା ଆଳୁଦମ୍ ଦିବସ ଅବସରରେ

ଦହିବରା ଆଳୁଦମ୍ ଦିବସ ଅବସରରେ

1 min
393


ପ୍ରତି ଦିନ, ସକାଳୁ ସକାଳୁ ମୁହଁ 

ଧୋଇ ଉଠିଲା ବେଳକୁ

ଠକ୍ ଠକ୍ ଆବାଜ୍ କରି ଯାଏ ଦହି 

ବରାବାଲା ତା ସାଇକେଲ୍ କୁ ।


ଠକ୍ ଠକ୍ ଆବାଜ୍ ସକାଳୁ ଶୁଣେ,

ମୁଁ ଏକ କଟକିଆ ଜାଣ

ଦହି ବରା ଆଳୁଦମ୍ ର ବାସ୍ନାରେ 

ଟାଣି ହୋଇଯାଏ ମନ ।


ତାଟିଆ ନେଇ ପିଲାମାନେ ଆନନ୍ଦରେ

ଦୌଡନ୍ତି ଘରର ଦାଣ୍ଡକୁ

ଭାରି ନିଆରା ଭାବନା ଭୁଲି ପାରିବା କି

ସେହି ଖୁସିର ବେଳାକୁ ।


୫/୬ ଟା ବରା ହାଣ୍ଡିର ଦହିପାଣି ଦେଇ

ଲେମ୍ବୁ ଚିପୁଡି ଦେଇ 

ତା ସହ ଗରମ ଗରମ ଲାଲ୍ ଲାଲ୍ ଆଳୁ

ଦମ୍ କଟା ପିଆଜ ଦେଇ।


ମୁଡ୍ ମୁଡ୍ ସେଉ ଏବଂ କଟା ଧନିଆପତ୍ର

ସଜାଇ ଘୁଘୁନି ଚାମୁଚିଏ  

ଖଲିପତ୍ର ରେ କାଠିଦେଇ ଦହିବରା ବାଲା

ଖୁସିରେ ପରଷି ଦିଏ ।


ଦହି ବରା, ଚାମୁଚିଏ ଗୁଗୁନି ଓ ରାଗ ଲୁଣ

ସହ ଦହି ପାଣି ଥରେ ଯିଏ ଖାଇଥିବ 

ଆହା ସତେକି ସ୍ୱର୍ଗ ସୁଖ, ତାର ବାସ୍ନାରେ

ମନ ଟାଣି ହୋଇଯିବ ।


ସର୍ବ ଆପଣେଇଛନ୍ତି କଟକର ଏହି ଅନନ୍ୟ

ଖାଦ୍ୟ ଦହି ବରାର

ଓଡିଆ ଘରର ପୁଅ ଯାଇ କରିଛନ୍ତି ବହୁ ଦେଶ 

ବିଦେଶେ ଏହାର ପ୍ରଚାର ପ୍ରସାର  ।


ଖୁସିର କଥା ସବୁଆଡେ ଆପଣେଇଛନ୍ତି ଏହି

ମନଭରା ସୁଆଦିଆ ଖାଦ୍ୟକୁ

ଦହିବରା ଆଳୁଦମ ଦିବସ ବୋଲି ଆମେ

ପାଳୁଛେ ଆଜି ମାର୍ଚ୍ଚ୧ ତାରିଖକୁ ।


Rate this content
Log in

Similar oriya poem from Fantasy