STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଧାଡ଼ି ପହଣ୍ଡିରେ

ଧାଡ଼ି ପହଣ୍ଡିରେ

1 min
14

 ବାହୁଡ଼ା ଯାତ୍ରା ରେ ଧାଡ଼ି ପହଣ୍ଡିରେ ଆସନ୍ତି କାଳିଆ ହାତୀ କି ସୁନ୍ଦର ବେଶ ରଥାରୂଢ଼ ହେବେ ଶରଧା ବାଲିରେ ଫେରିଯିବେ ରତ୍ନ ବେଦୀ। ଜନ ସମୁଦ୍ରରେ ଲହଡ଼ି ଭାଙ୍ଗୁଛି ଦେଖିବେ କାଳିଆ ଲୀଳା ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ସଙ୍ଗେ ସୁଦର୍ଶନ ଦେବ ବାହୁଡ଼ା ରେ ସର୍ବେ ବାହୁଡ଼ିଣ ଯିବେ ଶୁନ୍ୟ କରି ଜନ୍ମ ବେଦୀ। ତୁମ ରି ବାହୁଡ଼ା ସନ୍ଦେଶ ଜଣାଏ ଜନମ ପରେ ତ ମରଣ ଆସଇ ମିଳନ ପରେ ବିଚ୍ଛେଦ ଆଗମନ ପରେ ପ୍ରସ୍ଥାନ ରହିଛି ଗୁଣ୍ଡିଚା ଯାତର ପରେ ବାହୁଡ଼ା ଆସୁଛି। ଆସନ୍ତା କାଲି ଠୁଁ ଶୁନ୍ୟ ଦିଶିବ ଯେ ମାଉସୀ ମା ମନ୍ଦିର ଶରଧା ବାଲିର ଚଳ ଚଂଚଳତା ହୋଇ ଯିବ ଏବେ ଦୂର ତୁମେ ଥାଅ ପ୍ରଭୁ ରତ୍ନ ସିଂହା ସନେ ଶୁଭ ଦୃଷ୍ଟି ଦେଉଥାଅ ଜଗତ ବାସୀଙ୍କ କଲ୍ୟାଣ କର ହେ ଭାଇ ଚାରା ବୁଣୁ ଥାଅ। 


Rate this content
Log in

Similar oriya poem from Action