ଦେଖେ ନେଡି ଗୁଡ କହୁଣୀକୁ ବୁହେ
ଦେଖେ ନେଡି ଗୁଡ କହୁଣୀକୁ ବୁହେ
ମଣିଷ ମନର ମୂଖ୍ୟ ଦୁଇଟି ଉଦ୍ଦେଶ୍ୟ,
ସୁଖ ଲାଭ ଓ ଦୁଃଖ ଦୂର
ଜୀବନ ସମୟ ପୂରି ପୂରି ଆସେ, ଚକ୍ଷୁ
ଦର୍ପଣରେ ଦେଖୁଛି ରୂପ, ଏ ସଂସାରର..1
ପଢିଛି ଦର୍ଶନ ଶାସ୍ତ୍ରରେ, ଦୁଃଖର ବିନାଶ,
ବିନାଶ ହେଲେ କାମନାର
ସୁଖ ମିଳିଥାଏ କାର୍ଯ୍ୟେ, କରିଲେ ନିଷ୍କାମନା
ହୃଦୟ ମନର ବିଚାର...........2
ମଣିଷର ମନ ବାନ୍ଧିବାକୁ ଶିକୁଳି
ପ୍ରସ୍ତୁତ ହୋଇପାରି ନାହିଁ
କ୍ଷିପ୍ର ଗତିରେ ସଦା ଦୌଡ଼ିଥାଏ,
ବେଗ ତ ମାପି ହୁଏ ନାହିଁ ...........3
ଅଭିଭାବକ ତାର ବିବେକ, ମାନିଲେ
ଧରମ କରମେ ଥାଏ
ବିବେକକୁ ନପଚାରିଲେ ଦର୍ପିତ ଠାଣିରେ
ସେ ଅଧର୍ମ କରି ଥାଏ...........4
ସ୍ୱାର୍ଥାନ୍ୱେଷି ମଣିଷର ମନର ବେଗରେ
ବଢିଲା ଶୋଷଣ ଅତ୍ୟାଚାର
ଲୁଚିଗଲା ବହୁ ମଣିଷର ନିଡ, ସମାଜେ
ସୃଷ୍ଟି ହେଲା ଧ୍ୱଂସ ଓ ପ୍ରଳୟର......5
ମାଟିରୁ ହାଣ୍ଡି ମାଠିଆର ରୂପ ପାଉଛେ
କୁମ୍ଭାର ଭାଈର ପରଶ ପାଇ
ଜ୍ଞାନ ବିବେକର ଦୀପ ଦ୍ୱାରା ପାଇଲେ
ଆମେ ତ ଗଣତନ୍ତ୍ରର ଛାଇ..........6
ବର୍ତ୍ତମାନ ଗଣତନ୍ତ୍ରର ମୂଲ୍ୟକୁ ବୁଝେନି,
ପୁଂଜିବାଦର ପଚା ଗନ୍ଧର ତଳେ
ଦେଖେ ନେଡି ଗୁଡ କହୁଣୀକୁ ବୁହେ, ଅସହ୍ୟ
ବେଦନା ଭରିଛି ମଣିଷ ଅନ୍ତର ତଳେ...7
ହେ, ପୁଂଜିବାଦର ଏକଛତ୍ର ଶାସକ, ଅସ୍ତମିତ
ଗାଦିକୁ ରକ୍ଷା କରିବ କେତେ ଦିନ
ପୃଥିବୀରୁ ଛାଡିଯିବା ପାଇଁ ଵେଳ ଉପଗତ,
ଅପେକ୍ଷାରତ କେବଳ ଆସନ୍ନ ମରଣ ....8
ମୁଣ୍ଡ କାଢିବ କଂକାଳ ତଳୁ ମଣିଷ, ଜାଗିବ
ଜୀଵନ, ନିଶ୍ଚିତ ଉଠିବ ଚେଇଁ
ଭସ୍ମତଳୁ ମୁହଁ କାଢିବ, ସୃଷ୍ଟିହେବ ନୂତନତା
ଲେଖନୀମସୀରେ କହୁଛି ମୁହିଁ..........9
