Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Abstract

4.0  

Baman Chandra Dixit

Abstract

ଢଗରୁ ଗୀତ(୩)

ଢଗରୁ ଗୀତ(୩)

1 min
11



ଖରକି ଆଣିଲେ ଚଉଁରା ତଳୁ ଲୋ

ମିଳିବ ତୁଳସୀ ବାସ,

ଖଳଜନ ମେଳେ ମେଳ କରୁଥିଲେ

ଗୁଣୀ ଗୁଣ ଯାଏ ନାସ।


ଖିଲିପାନ କୁ ଖଇର ସଙ୍ଗାତ ଲୋ

ଖିଲିପାନ କୁ ଖଇର,

ଖିଲିଖିଲି ହସ ବଡ଼ ମଧୁର ଲୋ

ଖୁଏଇ ଦେଲା ଦିଅର।


ଖଟ ତଳେ ଗଲା ବିଛା ବଉଲ ଲୋ

ଖଟ ତଳେ ଗଲା ବିଛା,

ପରଦେଶେ ଯାଇ ରହିଲେ ମୋ କାନ୍ତ

ପଲଙ୍କ ପଡିଛି ତୁଚ୍ଛା ।


ଖାଇଲା ପିଇଲା ଘର ର ଛୁଆ ତ 

ଖାଇବା ପରେ ବି ରଙ୍କ,

ନ ପାଇଲା ପିଲା ଆଙ୍ଗୁଳି ଚାଟୁଛି

ଚୋବେଇ କଖାରୁ ଡଙ୍କ।


ଖଟି ଖାଇଲାଣି ଯିଏ ବାଇନ ରେ

ଲୁଟିକି ଖାଇବ ନାହିଁ

ମାଗି ଖିଆ ଲୋକ ଲାଗି ଖାଇବାର

ଦେଖିଛୁ କି କେବେ କାହିଁ?


ଖଡ଼ି ଗଲା ଗଡ଼ି ଗଡ଼ି ବାଇନରେ

ଖଡ଼ି ଗଲା ଗଡ଼ିଗଡ଼ି

ଗାଁ'ଟା ଯାକର ଯେତେ ବୁଢା ବୁଢ଼ୀ 

ଆଜି ଯିବେ ପାଠ ପଢି।


ଖରାପିଠି ହେଇ ବସିଛି ବାଇନ

"ଖ" ରୁ ଲେଖିଛି ଢଗ

ଆଉ କିଛି ମିଳିଯିବ ମନେ ଭାଳି

ଧିଆନେ ବସିଛି ବଗ।


Rate this content
Log in

Similar oriya poem from Abstract