ଡାଆଣୀ ଆଲୋଅ
ଡାଆଣୀ ଆଲୋଅ
ଆହା କି ସୁନ୍ଦର , ଦିଶୁଅଛି ଦପଦପ
ଦୂରରୁ ସତେ କି ଦୀପ
ନିଆଁଗିଳା ସେଇ ଡାହାଣୀ ମାଆଟା
କରି ଅଛି କିଆଁ କୋପ ।
ବଣ ଜଙ୍ଗଲ ଓ ପୋଖରୀ ତୁଠରେ
ଦିଶଇ ବହୁ ସଂଖ୍ୟାରେ
ନଈ କଡେ କଡେ ଗନ୍ଧିଆ ପାଳରେ
ସଞ୍ଜ ନଇଁ ଗଲେ ଚରେ ।
ଆଗ କାଳେ ଏଇ ଡାହାଣୀ ମାନେ ଲୋ
ଦିଶୁ ଥିଲେ ବହୁ ବେଶୀ
ଘୁଅ ଖାଇ ଖାଇ ପେଟକୁ ପୁରାଇ
ବୁଲୁଥାନ୍ତି ହସି ହସି ।
ଖିଲି ଖିଲି ହସ ବୁଣି ଦିଏ ରସ
ଡାହାଣୀ ମାଆ ମାନଙ୍କ
କେତେ ଯେ ପିଉସୀ , କେତେ ଯେ ମାଉସୀ
ବୋଲି ଚିହ୍ନା ଜଣା ଡାକ ।
ଚଳୁଥିଲା ଆଗ କାଳରେ ନିପଟ
ମଫସଲ ଅଞ୍ଚଳରେ ଲୋ
ଲୋକ ସଂଖ୍ୟା ବଢ଼ି ଯିବାରୁ ଯେ ଆଉ
ଦିଶେନା ଡାହାଣୀ ଆଲୋ ।