Kalpana Ray

Action Inspirational


3  

Kalpana Ray

Action Inspirational


ଦାୟିତ୍ଵ

ଦାୟିତ୍ଵ

3 mins 268 3 mins 268


   ‌‌ମୁରାରୀ ବାବୁଙ୍କ ବସ୍ କହିଲେ ଗାଁ ର ଡାକ, କୋରିଅର୍ ସେବା - ଆପଣ ଯାହା କହି ପାରନ୍ତି । କିଏ ନିଜ ଲୋକ ପାଖକୁ ଟଙ୍କା ପଠାନ୍ତି ତ ଆଉ କିଏ ପିଲା ପାଖକୁ ତାର ଆବଶ୍ୟକ/ଭଲପାଉଥିବା ଖାଦ୍ୟ । କାହାକୁ ମନା କରିନାହାନ୍ତି କେଵେ ବା ପଇସା ଜୁଲମ କରି ନାହାନ୍ତି ।


    ମୁରାରୀରୁ ମୁରାରୀବାବୁ ହୋଇଛନ୍ତି ସେ । ନାମ ମୁରାରୀମୋହନ ମିଶ୍ର । ସ୍କୁଲ ରେ ପାଠ ପଢ଼ିଲା ବେଳେ ପାଠପଢା ରେ ମନ ନ ଦେଇ ଅନ୍ୟ ଆଡ଼େ ବେଶୀ ଧ୍ୟାନ ଦେଉଥିଲେ । ପାଠ ସିନା ଭଲ ପଢୁ ନ ଥିଲେ କିନ୍ତୁ ସମସ୍ତ ଙ୍କ ଅସମୟରେ ଛିଡ଼ା ହେଉଥିଲେ । ବାପାମାଆଙ୍କ ଏକମାତ୍ର ପୁତ୍ର ମୁରାରୀ । 

   ମାଟ୍ରିକ ପରୀକ୍ଷା ପରେ ସେ ଗୋଟିଏ ଗ୍ୟାରେଜରେ କାମ କଲେ । ବାପା ବେଲପାହାଡ଼ର କୁଲିଆରୀରେ କାମ କରୁଥିଲେ । ପାଠ ଭଲ ନ ପଢିଲେ ପାଠ ପଢ଼ିବ କାହିଁକି ? ବରଂ ଛୋଟ ବେଳୁ କାମ ଶିଖିଲେ ଭଲ । ମାଆଙ୍କର ଇଛା ଭିନ୍ନ ଥିଲେ ବି ବାପପୁଅଙ୍କ ଇଛାକୁ ସମ୍ମାନ ଦେଇ ଥିଲେ ।


    ଏମିତି ଏମିତି ମୁରାରୀ ବର୍ଷ କେତୁଟାରେ ଜଣେ ଭଲ ମେକାନିକ଼ ବନିଗଲେ । ସବୁ ସମୟରେ ଲୋକ ମୁରାରୀ ବାବୁଙ୍କୁ ଖୋଜିଲେ । 


 ‌ ଅବସର ପରେ ବାପା ପୁଅର ଇଚ୍ଛା ଜାଣି କିଛି ଟଙ୍କା ଦେଇଥିଲେ ଓ ମୁରାରୀ ବାବୁ ନିଜ ରୋଜଗାର ଟଙ୍କା ମିଶାଇ‌ ଗୋଟିଏ ବସ୍ କିଣିଥିଲେ ‌ । ବସ୍ ଭଲ ଚାଲିବାରୁ ଆଉ ଦୁଇଟି ବସ୍ କିଣିଥିଲେ ଟଙ୍କା ରଖି ରଖି । 


     ବସ୍ ଗୁଡ଼ିକ ଖୁବ୍ ଭଲ ରୋଜଗାର ଦେଉଥିଲା । ବାହା ହୋଇ ପୁଅ ଓ ଝିଅ ଭୁବନେଶ୍ୱର ରେ ପଢୁଥିଲେ ।ବାପାମାଆ ପୁଅଝିଅ ଓ ସ୍ତ୍ରୀ କୁ ନେଇ ତାଙ୍କ ସଂସାର । ସଂସାର ଖୁବ୍ ଭଲ ରେ ଚାଲୁଥିଲା । ଆସିଲା ମହାମାରୀ ଭୂତାଣୁ । ଲକ୍ ଡାଉନ୍, ସଟ୍ ଡାଉନ୍ । ଯାହା ଦେଖି ନ ଥିଲା ମଣିଷ ତାହା ହିଁ ହେଲା । ବସ୍ ବନ୍ଦ ।


    ବସ୍ ର କର୍ମଚାରୀମାନେ ବି ବେଳେବେଳେ ସାହାଯ୍ୟ ମାଗୁଥିଲେ । ସାହାଯ୍ୟ କରିବାକୁ ଟଙ୍କା ନ ଥିଲେ ବି ସାହାଯ୍ୟ କରିବା ତାଙ୍କର ଦାୟିତ୍ଵ ଭିତରେ ଥିଲା। କାରଣ ସେମାନଙ୍କ ଗୁଜୁରାଣ ଏହି ବସ୍ ।


     ଦିନରୁ ମାସ, ମାସ ପରେ ମାସ ଏହା ଚାଲୁ ରହିଲା । ବାପାମାଆ ବାର୍ଦ୍ଧକ୍ୟରେ ଥିଲେ‌ । ସେମାନଙ୍କ ଏକ ଔଷଧ ଖର୍ଚ୍ଚ ତା ସହିତ ପିଲାଙ୍କ ଖର୍ଚ୍ଚ ବି ଥିଲା । ମହାମାରୀ ତାର କାୟା ବିସ୍ତାର କରି ଚାଲିଥିଲା। ବସ୍ କେବେ ଚାଲିବ ତାର ଆକାର ପ୍ରକାର ଜଣା ପଡୁ ନ ଥିଲା । 


 ‌‌ ଏଥିର ମୁରାରୀ ବାବୁ ଚାଲିଲେ ସେଇ ପୁରୁଣା କାମ, ଗ୍ୟାରେଜ ।ଦିନକୁ ପାଞ୍ଚ ଶହ ଟଙ୍କା । ସଂସାର ଠିକ୍ ରେ ନ ଚଳିଲେ ବି ଚଳିଯାଉଥିଲା କଷ୍ଟେମଷ୍ଟେ । ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ନ୍ୟାୟ ରେ । ବସ୍ ମାଲିକ ସଂଘ ର ପ୍ରତ୍ୟେକ ସଦସ୍ୟ ଭ୍ରୁକୁଞ୍ଚିତ କରି ଥିଲେ ମୁରାରୀବାବୁଙ୍କୁ ଦେଖି । କେହି କେହି କହି ବି ପକାଇ ଥିଲେ । ମୁରାରୀ ବାବୁ କିନ୍ତୁ କହିଥିଲେ ମୁଁ ତ ଚୋରି କରୁନି, ତା ଛଡା ମୋ ଉପରେ ମୋ ପରିବାରର ଦାୟିତ୍ବ, ବାପାମାଆଙ୍କ ଔଷଧର ଦାୟିତ୍ଵ, ପୁଅଝିଅଙ୍କ ପାଠପଢ଼ାର ଦାୟିତ୍ଵ । ଏତେ ସବୁ ଦାୟିତ୍ଵ ଭିତରେ ଥାଇ ମୁଁ ଚୁପ୍ ଚାପ୍ ବସିବା ସମ୍ଭବ ନୁହେଁ । ଏତେ ଦାୟିତ୍ବ ରୁ ମୁଁ ମୁହଁଲୁଚା ଦେଇ ପାରିବିନି । କାମ ଜାଣି ଥାଉ ଥାଉ ପେଟ ଅପୋଷା ରହିବ କାହିଁକି ??


    କିନ୍ତୁ କାମ ଶିଖି ନ ଥିବା ବାବୁ ବସ୍ ମାଲିକମାନେ ଧିରେଧିରେ ସେ କଥାର ସତ୍ୟତା ଉପଲବ୍ଧି କରୁଥିଲେ । କାମ ଛୋଟ ବା ବଡ ନୁହେଁ ବୋଲି ହୃଦୟଙ୍ଗମ କରୁଥିଲେ । କିନ୍ତୁ ସେମାନେ ତ ବାବୁ ଥିଲେ ନା !! ଦାୟିତ୍ଵର ବୋଝ ତଳେ ଚାପିହୋଇ କେହି କେହି ଘର, ଜମି, ଗହଣା ବନ୍ଧା ପକାଉଥିଲେ ବା ବିକୁଥିଲେ । ମୁରାରୀବାବୁଙ୍କୁ ସାଲ୍ୟୁଟ୍ କରୁଥିଲେ ମନେ ମନେ । ମହାମାରୀ ଥମିବାର ନାଁ ନେଉ ନ ଥିଲା ।  


    ବେଶ୍ ଖୁସିରେ ଗ୍ୟାରେଜରେ କାମ କରି ନିଜ ଦାୟିତ୍ୱ ସଂପନ୍ନ କରୁଥିଲେ ମୁରାରୀ ମିଶ୍ର ।




Rate this content
Log in

More oriya poem from Kalpana Ray

Similar oriya poem from Action