ଦାନବୀର କର୍ଣ୍ଣ
ଦାନବୀର କର୍ଣ୍ଣ


ପରିଚୟ ପାଇଁ ଜୀବନକୁ ନିଜ
ଜାଳୁଥିଲା ନିତି ନିତି
ପ୍ରଶୂରାମ ଶିଷ୍ୟ ମହାନ ପ୍ରତାପୀ
ଦାନ କରୁ ଥିଲା ନିତି।୧।
ରାଜକୁମାରୀ ସେ କୁନ୍ତି ନାମ ତାର
ସୂର୍ଯ୍ୟେ କରେ ସୁମରଣ
ପବିତ୍ର ପ୍ରେମରେ ପଡି ତାଙ୍କ ସଙ୍ଗେ
ଶରୀର କରେ ଅର୍ପଣ।୨।
ବିନା ବିଭା ହୋଇ କର୍ଣ୍ଣେ ଜାତ କରି
ଚିନ୍ତା କଲା ମନେ ମନେ
କି କହିବେ ଲୋକେ ଚିନ୍ତାରେ ପଡିଣ
ଭାବୁ ଥିଲା ମନେ ମନେ।୩।
ସୁନ୍ଦର ଡଙ୍ଗାଟି ସଜ୍ଜିତ କରିଣ
ସୁଆଇ ପୁତ୍ର ରତନ
ନଦୀ ଜଳେ ତାକୁ ଛାଡି ଦେଇ ପୁଣି
ଆତୁର କାଟିଲା ଦିନ।୪।
ଏହି ଘଟଣାକୁ ଜାଣୁଥିଲେ କୁନ୍ତି
ଜାଣୁଥିଲେ ଭଗବାନ
ସୂର୍ଯ୍ୟ ଦେବ ମଧ୍ୟ ଜାଣୁଥିଲେ ଏହା
ନ ଜାଣନ୍ତି ଅନ୍ୟ ଜନ।୫।
ପାଣ୍ଡୂ ଓ କୁନ୍ତୀର ବିଭାଟି ହୋଇଲା
କିଛି ବର୍ଷ ପରେ ପୁଣି
କର୍ଣକୁ ପାଇଣ ରାଧେ ମାତା ତାକୁ
ପୁତ୍ର ପ୍ରେମ ଦେଲା ପୁଣି।୬।
ଜନ୍ମ କାଳୁ କର୍ଣ୍ଣେ କବଚ କୁଣ୍ଡଳ
ଦେଇ ଥିଲେ ସୂର୍ଯ୍ୟ ଦେବ
କର୍ଣ୍ଣ କୁ ଦେଖିଣ ଖୁସି ହେଉ ଥିଲା
ରାଧେ କୁ ମିଳିଲା ସର୍ବ।୭।
ଦୂର୍ଯ୍ୟଧନ ସଙ୍ଗେ ମିତ୍ରତା କରିଣ
ମିତ୍ରର ମାନ ରଖିଲା
ଜାଣି ପରିଚୟ ଭାରତ ଯୁଦ୍ଧରେ
ମାତାଙ୍କୁ ବଚନ ଦେଲା।୮।
ପ୍ରତିଞା କରିଛି ମିତ୍ରକୁ ଛାଡିଣ
ନ ଜୀବି ମାଁ ତୁମ ସଙ୍ଗେ
ପାଞ୍ଚ ପୁତ୍ର ତୁମ ନିଶ୍ଚୟ ରହିବେ
ଅର୍ଜୁନ ବା କର୍ଣ୍ଣ ସଙ୍ଗେ।୯।
ଚାରି ପୁତ୍ର ତୁମ ଅଭୟେ ରହିବେ
ବଚନ ଦେଉଛି ମୁହିଁ
ମିତ୍ରକୁ ଛାଡିଲେ ପାପଟି ହୋଇବ
ନର୍କରେ ପଡିବି ମୁହିଁ।୧୦।
ଏପରି ମିତ୍ରତା ଦେଖି ନାହିଁ କେଭେଁ
କର୍ଣ୍ଣ ପରି ଏହି ଭବେ
ମାଗି ନେଲେ ଈନ୍ଦ୍ର କବଚ କୁଣ୍ଡଳ
ବିକ୍ଷ୍ୟୀତ ରହିଲା ଭବେ।୧୧।
କର୍ଣ୍ଣ ପରି ଦାନି ମିଳିବଟି ନାହିଁ
ଏହି ଚରାଚର ଧାମେ
ମିତ୍ରତା ନିମନ୍ତେ ଜୀବନ ଅର୍ପଣ
ବର୍ଣ୍ଣିତ ହୋଇଛି ଧାମେ।୧୨।
ଯୁଦ୍ଧର ଶେଷରେ ଭାଇ ମାନେ ଜାଣି
ଦୁଖୀତ ହୋଇଲେ ଅତି
ଧିକ୍କାର କରିଲେ ନିଜେ ଆପଣଙ୍କୁ
ପ୍ରଭୁଙ୍କ କିପରି ରିତି।୧୩।
ପରିଚୟ ପାଇଁ ଜୀବନକୁ ନିଜ
ଜାଳୁଥିଲା ନିତି ନିତି
ପ୍ରଶୂରାମ ଶିଷ୍ୟ ମହାନ ପ୍ରତାପୀ
ଦାନ କରୁ ଥିଲା ନିତି।୧୪।