ଦାନାର ମାଝୀ
ଦାନାର ମାଝୀ


ଦାନ ମାଝୀ ଅବା ଦାନାର ମାଝୀ
ସମୟ ସାଥିରେ ନିଇତି ଯୁଝି
ତତଲା ଲୁହରେ ଯାଆନ୍ତି ସିଝି ।
ସ୍ତ୍ରୀ ଶବକୁ କେ କାନ୍ଧରେ ବୁହେ
ପୁଅ ଶବ କିଏ କାନ୍ଧେଇ ଯାଏ
ତାଙ୍କ କଥା ଅବା ବୁଝୁଛି କିଏ !
ଅନ୍ଧାରୀ ମୂଲକ ମଣିଷ ବୋଲି
ଦୁନିଆ ଯାଉଛି ତାଙ୍କୁ ତ ଭୁଲି
କୁମ୍ଭୀର କାନ୍ଦଣା କାନ୍ଦନ୍ତି ଖାଲି ।
ଅସଜଡା ତାଙ୍କ ଘର ସଂସାର
ଦିନରେ ବି ସେଠି ଭରା ଅନ୍ଧାର
ଆଖିରୁ ଶୁଖେନା ଲୁହ ତାଙ୍କର ।
କିଏ ଜାଣେ କେବେ ପାହିବ ରାତି
ବଦଳିଯିବସେ ଲୋକଙ୍କ ସ୍ଥିତି
ଦାନାର ହସିବ ଫୁଲେଇ ଛାତି ।,