Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

4  

Prafulla Chandra Mishra

Romance

ଚଉପଦୀ -୯ ( ସତେ ପାଇବିକି)

ଚଉପଦୀ -୯ ( ସତେ ପାଇବିକି)

1 min
384



ସତେ ପାଇବିକି, 

ପ୍ରୀତି ପ୍ରଣୟ ଧାରା ସଜନୀ କି ।।


ମୁନି ମନ ଜିଣା ଛଣା ସୁନା ବରନା

ଚାରୁ ଚନ୍ଦ୍ରିକା ଝସ ପ୍ରେମ ପ୍ରତିମା 

ପ୍ରେମ ଜାଲରେ ଆସି ପଡିବକି

ସତେ ପାଇବିକି ।।


ମରାଳ ଗମନୀ ତୁତ ଗୁଣ୍ଠୁଣୀ ହାତୀ

ତୋ ବିହୁନେ ଏକା ଏକା ଲାଗଇ ରାତି

କେଳି କୁଟୀର କୁ ସତେ ଆସିବକି 

ସତେ ପାଇବିକି ।।


ସିଂହ କଟୀ କୃଶୋଦରୀ ଉରଜ ଭାର

ଲାଗଇ ଅବା ସତେକି ମଦନ ଶର

ୟେ ମନ ଭ୍ରମରା ଦାକୁ ଚୁମ୍ଵିବକି

ସତେ ପାଇବିକି ।।


ଭୁରୁଲତା ଇନ୍ଦ୍ରଧନୁ ମୀନ ନୟନା

ବଧୂଲି ଓଷ୍ଠ ରୁଚିର ବର ବରନା

ତା ପୀରତି ଡୋରେ ସତେ ବାନ୍ଧିବକି

ସତେ ପାଇବିକି ।।


ପ୍ରଫୁଲ୍ଲ ଫୁଲର ଶେଯ ସଜାଇ ସଖୀ

ତୋ ଆସିବା ପଥ ମୁକ୍ତ କରି ରଖିଛି

ପ୍ରେମ ଆଶା ନଦୀ ଜଳୁ ତାରିବୁକି

ସତେ ପାଇବିକି ।।



Rate this content
Log in

Similar oriya poem from Romance