Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଅଦିନ ଝଡ

ଅଦିନ ଝଡ

1 min
7



ଝଡ ତ ଝଡ ଅଦିନ ଝଡ ଇତସ୍ତତଃ ଛାରଖାର

ବଦଳାଇ ଦିଏ ଭୌଗଳିକ ସୀମା ଭାଙ୍ଗେ ଯୌଥ ପରିବାର 

ପରାଭବ ତାହାର ଅତି ଭୟଙ୍କର ଖଣ୍ତିଆ ଭୂତ

ସାମାଜିକ ସ୍ଥିତି ଦୋହଲାଇ ଦିଏ ଜନମନ ସ୍ତମ୍ଭିଭୂତ

(କରେ)ତଳିତ୍ରାନ୍ତ ନାରଖାଊ ।


ସହସା ଆସେ ଅବେଳଟାରେ ଭୟଙ୍କର ରୂପ ଧରି

ଅଶେଷ ବିଶ୍ଵାସ କୁଟା କାଠି ନୀଡ ଅସ୍ତିତ୍ବ କୁ ଦିଏ ଚୁରି

ହସୁଥାଏ କାଳ କଙ୍କାଳ ପରେ ଦୁର୍ବାର ଅଟ୍ଟହାସ୍ୟ

ନିଶ୍ଚିହ୍ନ କରଇ ହଜାଇ ଦିଅଇ ପ୍ରକୃତି ଅରୂପ ଦୃଶ୍ୟ

(ତାର)ମହାକାଳ ସହଚର ।


ଘୋର ଅନୀଳ କଳା ବାଦଲ ଅବେଳେ ଅନ୍ଧାର ଘୋଟେ

ରଚେ ଧ୍ଵଂସ ଲୀଳା ଅନେକ ଜୀବନ ଅଦିନେ ଭୂମିରେ ଲୋଟେ

ପ୍ରକୃତି ର ଏହି ପ୍ରଳୟଙ୍କରୀ ବିସ୍ମୟ ଭିନ୍ନ ରୂପ

ଅଦିନେ ଅବେଳେ ଅକାଳେ ଆସି କରେ ସମାଜକୁ ବିଦ୍ରୁପ 

ଅଦିନ ଝଡ (ବଡ) ଦୁର୍ବାର ।


ଯେହ୍ନେ ଦୁର୍ବଳ ଉପରେ ହୁଏ ସବଳର ଅତ୍ୟାଚାର 

ନୀରିହ ପ୍ରକୃତି ଉପରେ ଅଦିନ ଝଡ କୃର ବ୍ୟବହାର 

ରଚେ ବିଭ୍ରାଟ ହଜାଈଦିଏ ଅମୂଲ୍ୟ ବିରଳ‌ ଚିତ୍ର

ଯେବେ ମାଡିଆସେ ଅଦିନିଆଁ ଝଡ ଜୀବ ଜଗତ ବିବ୍ରତ

(ସେତ) ଭାଙ୍ଗେ ସୁନାର ସଂସାର ।


ଅସ୍ମିତା ହଜେ ଜାତି ଦୁଃସହ ଦୁର୍ଗମେ ଗତିକରେ 

ଅଦିନ ଝଡର ଇଗଲ ବିହଙ୍ଗ କାଳାନ୍ତକ ରୂପ ଧରେ

ଅମଣିଷ ପଣିଆର ପୁରସ୍କାର ପ୍ରାୟଶ୍ଚିତ ପାଇଁ

ଅବମାନନା ର ପ୍ରତିଦାନ ଘେନ ସାବଧାନ ହୁଅ ଭାଇ

(ତୋର) ଅଛି ଯଦି ବଞ୍ଚିବାର ।


ବଦଳିଯାଏ ଜୀବନ ମୋଡ କାଳର କରାଳ ସ୍ରୋତେ

ନିୟତି ହାତରେ ଜୀବନ ଦଉଡ଼ି ଖେଳଇ ସମୟ ସାଥେ

ରାତିର ସପନ ନେଇଯାଏ ଲୁହର ଶ୍ରାବଣ ଧୋଇ

ଅଦିନ ଝଡରେ କହଇ ପ୍ରଫୁଲ୍ଲ ସୁଖ ଲୁଚିଯାଏ କାହିଁ

(ମୋଡ) ବଦଳଇ ଜୀବନର ।



Rate this content
Log in

Similar oriya poem from Tragedy