Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଚନ୍ଦ୍ରଘଣ୍ଟା

ଚନ୍ଦ୍ରଘଣ୍ଟା

1 min
172


ନମୋ ନମଃ ଚନ୍ଦ୍ର ଘଣ୍ଟା ନମୋ ମହାମାୟି

ନବରାତ୍ରୀ ଦିବସେ ତୁ ପୂଜାଥାଉ ପାଇ ।


ତୁହି ଅଟୁ ଆଗୋ ମାତ ଶାନ୍ତି ପ୍ରଦାୟିନି

ତୃତୀୟ ଦିନରେ ମାଗୋ ପୂଜା ଥାଉ ଘେନି ।


ଅଶେଷ ବିଭୂତି ମୟି ନମୋ ଚନ୍ଦ୍ରଘଣ୍ଟେ

ଆର୍ବିଭୁତା ହେଇଥାଉ ବସି ବ୍ୟାଘ୍ର ପୃଷ୍ଠେ ।


ଦୁଷ୍ଟ ଦୁରାଚାର ପାପୀ ଦଣ୍ଡିଥାଉ ତୁ ଗୋ

ଦଶ କରେ ଦଶାୟୁଧ ଧରି ତୁହି ମାଗୋ ।


କଲ୍ୟାଣ କାରିଣୀ ଆଗୋ ନମଃ ଚନ୍ଦ୍ରଘଣ୍ଟା

କୃପା କର କୃପା ମୟି ଧରି ତୁହି ଘଣ୍ଟା ।


ତ୍ରିଭୁବନ କମ୍ପମାନ ତୋର ଦିବ୍ୟ ଘଣ୍ଟା

ତିନି ନେତ୍ର, ଦଶ ହାତେ ତୁହି ଗୋ ଶୋଭିତା ।


ପ୍ରଣବ ନିନାଦେ ଯେବେ କରୁ ତୁ ବାଦନ

ପ୍ରାକର୍ମେ ତୋହର ବିଶ୍ଵ , ହୁଏ କମ୍ପମାନ ।


ନମୋ ନମଃ ଚନ୍ଦ୍ର ଘଣ୍ଟା ନମସ୍ତେ ଜନନୀ

ନମସ୍ତେ ଆହ୍ଲାଦ ଦାୟୀ ମାଙ୍ଗଲ୍ୟ କାରିଣୀ ।


ସୁଦିବ୍ୟ ଚେତନା ଭାବ ଧାରାର ସ୍ପନ୍ଦନ

ଶାନ୍ତି , ପ୍ରୀତି, ସଦ୍ଭାବ , ସନ୍ତୋଷ କରୁ ଦାନ ।


Rate this content
Log in

Similar oriya poem from Abstract