ଚନ୍ଦ୍ରାୟନ
ଚନ୍ଦ୍ରାୟନ


ସପନ ତ ଅନାବନା
ମନ ଆନମନା
କେଉଁଠି ଖୋଜିବି ତୋତେ
ଠିକଣା ମିଳେନା ।
ଚାରିଆଡେ ଆକାଶ ଶୂନ୍ୟତା
ସରି ଆସେ ଆଶାର ସଳିତା
ଚାହିଁ ସିନା ବସିଥିବୁ
ଫିକା ପଡି ଆସୁଥିବ ତୋ ପାଦ ଅଳତା ।
ମୁଁ ପଠାଇଥିବା ଚନ୍ଦ୍ରୟାନ
ପାଇଲା ନି ତୋହରି ସନ୍ଧାନ
ତୋ ମୋ ଭିତରେ ଥିବା ସୂକ୍ଷ୍ମ ସେତୁ
କିପରି ହୋଇଯାଏ ଛିନ୍ନ ।
ଆଶା କେବେ ମରେ ନାହିଁ
ସପନ ବା ସରେ କାହିଁ
ସେ ଅମୃତ ଲଗ୍ନ ଅପେକ୍ଷାରେ
ଚେଷ୍ଟାରତେ ବସି ଥିବି ଚାହିଁ ।।