ଚନ୍ଦା ମାମା
ଚନ୍ଦା ମାମା
ଚାନ୍ଦ ଦେଶେ ଯିବା ଆସରେ ଆସ,
ଭବିଷ୍ୟତେ ସେଠି କରିବା ବାସ।
ପୃଥିବୀ ମାଆର ଏକଇ ଚାନ୍ଦ,
ରୂପ ନେଇ କବି ରଚଇ ଛାନ୍ଦ।
ଚନ୍ଦା ମାମା ବୋଲି ଡାକନ୍ତି ସବୁ,
ମାମୁଁ ନୁହେଁ ସେ ଉପଗ୍ରହ ବାବୁ।
>
ଜଳ ବାୟୁ ଚନ୍ଦ୍ର ପୃଷ୍ଠରେ ନାହିଁ,
ସେଥିପାଇଁ ଜୀବ ସତ୍ତା ନଥାଇ।
ପୃଥିବୀ ଚାରିପଟେ ସିଏ ବୁଲଇ,
ଦିନରେ ନୁହେଁ ସେ ରାତ୍ରେ ଦିଶଇ।
ଚନ୍ଦ୍ରଯାନ ଏବେ ହେଲା ତିଆରି,
ଜଣା ପଡିବ ତା କଥା ଭିତିରି।