STORYMIRROR

Tapan Kumar Swain

Children

3  

Tapan Kumar Swain

Children

ହୋଲି ଆସଇ ଧରା

ହୋଲି ଆସଇ ଧରା

1 min
122


ରଙ୍ଗ ବେରଙ୍ଗ ପସରା ଆଣି

ହୋଲି ଆସଇ ଧରା,

ଶୀତର ଋତୁ ଯାଏ ବାହୁଡ଼ି

ନାଚ କରଇ ଖରା ।


ସହର ଗାଆଁ ଛାଆଁ କୁ ଛାଆଁ

ଖୋଲି ବସଇ ହାଟ,

ସେଇ ହାଟରେ ଅବିର ଧରି

ହୁଅଇ ଭେଟା ଭେଟ ।


ଜାତି ଧରମ ବଡକି ସାନ

ଖୁସିରେ ସବୁ ମିଳି,

ସାତ ରଙ୍ଗର ଅବିର ଧରି

ହୁଅନ୍ତି ବୋଳା ବୋଳି ।


କରୋନା ପାଇଁ ଏଇ ବରଷ

ଲାଗୁଚି ଟିକେ ଡର,

କାହିଁକି ଜାଣି ଜାଣି ଥଣ୍ଡାରେ

ଆଣିବା ଡାକି ଜର ।


ଦୋଳ ମେଳଣ ଦିଅଁ ଯାତରା

ଆତସ ବାଜି ମଜା

ଘୋଡା ହାତୀରେ ରୋଷଣୀ କରି

ଆସିବେ ରାଣୀ ରଜା ।


ଦୋଳ ମଣ୍ଡପେ ଖାଇବେ ପ୍ରଭୁ

ନାନା ସୁଆଦ ଭୋଗ,

ବରଷେ ଥରେ ଆସେ ଏମିତି

ମିଳଇ ଥିଲେ ଯୋଗ ।




Rate this content
Log in

Similar oriya poem from Children