STORYMIRROR

Samar Ballav Bhoi

Abstract Inspirational Children

3  

Samar Ballav Bhoi

Abstract Inspirational Children

ବୋଉର ଢିଙ୍କିଶାଳ

ବୋଉର ଢିଙ୍କିଶାଳ

1 min
204


ଅନେକ ଦିନ ହେଲା ଗାଁରେ 

ଆଉ ନାହିଁ ସେହି ଢିଙ୍କିଶାଳ 

ଢିଙ୍କିଶାଳ ଥିଲା ଭାରି ପ୍ରିୟ ବୋଉର

ବୋଉ ଓ ଅନ୍ୟ ଭୂଆସୁଣୀଙ୍କର

ଦୁଃଖ ସୁଖର ଏପାଖ ସେପାଖ 

ହାନିଲାଭ ର ଟୁପୁରୁଟାପର 

ଘର କାମର ହିସାବ ନିକାଶ

ଥିଲା ସେହି ଢିଙ୍କିଶାଳ।।

ଢିଙ୍କିଶାଳ ଥିଲା ଭଲ ବ୍ୟାୟାମର ସ୍ଥଳ

ଭାଉଜ ନଣନ୍ଦ ଶାଶୁ ବୋହୁ ସବୁ

ଆଦରି ଥିଲେ ସେ ଢିଙ୍କିଶାଳ।।

ଡିଜିଟାଲ ଓ ଆଧୁନୀକତାର

ଯାନ୍ତ୍ରିକ ବ୍ୟବହାର ଓ ଚାଲିଚଳଣିରେ ହଜିଯାଇଛି

କାଠ ତିଆରି ଢିଙ୍କିଶାଳ

ସେହି ଦିନର ସବୁ ପରିଶ୍ରମ

ଭାତ ପାଇଁ ଧାନ କୁଟା,

ମଣ୍ଡାପିଠା ପାଇଁ ଚୁନାଚାଉଳ କୁଟା

ଢିଙ୍କିକୁଟା ଅକାଣ୍ଡିଆ ନାଲି ଚାଉଳର ଭାତ

ଲାଗୁଥିଲା ଭାରି ମିଠା।।

କୁଆଡେ ଗଲାଣି ସେହି ଢିଙ୍କିଶାଳ

ସ୍ବାସ୍ଥ୍ୟ ପାଇଁ ଭଲଥିଲା ନାଲି ଚାଉଳର ଭାତ

ଏବେ ତ ଗାଁରୁ ସହର ଭଲପାଉଛନ୍ତି

ଭିନ୍ନ ପ୍ରକାରର ଚିକ୍କଣ ଓ ସଙ୍କର ଚାଉଳ 

ପୁରୁଣା ପରମ୍ପରା, ଚାଲିଚଳଣି ସବୁ ହଜିଗଲାଣି

ଡିଜିଟାଲ ଓ ଆଧୁନୀକତାର ଅବାସ୍ତବତାରେ

ମୁହଁ ଫେରାଇବା ସମ୍ଭବ ହେବନି

ବରଂ ଭଲଥିଲା ବୋଉର

ସେହି ଧାନକୁଟା ଢିଙ୍କିଶାଳ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract