Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banasmita Panda

Romance Classics Fantasy

3  

Banasmita Panda

Romance Classics Fantasy

ଚକ୍ଷୁ ଭାଷା

ଚକ୍ଷୁ ଭାଷା

1 min
199



ଆଜି ମୁଁ ମୋ ନୀଳ ଗଭୀର

ଆଖିରେ ଲେଖିବାକୁ ଚାହୁଁଛି

ତାଙ୍କ ହୃଦୟର ପ୍ରତ୍ୟେକ

ପୃଷ୍ଠା ପଢିବାକୁ ଚାହୁଁଛି !

ଆଖିର ସମସ୍ତ ସ୍ବପ୍ନ ସେଇ

ସୁଦୂର ନୀଳ ଆକାଶେ ଯାଏ

ସେଥିପାଇଁ ତ ଏ ଅମାନିଆ

ପ୍ରେମ ଧରାପୃଷ୍ଠରୁ ଆରମ୍ଭ ହୂଏ

ଏହାର ସୌନ୍ଦର୍ଯ୍ୟ ଅପୂର୍ବ

ଏହାର ଅନୁଭବ ଆକର୍ଷଣୀୟ

ଗୋଟେ ଶବ୍ଦ ବିନା ଅନେକ

କିଛି କହିବା !

ଛଳନା ଏହି ଆଖିର ଗଳାପଥ

ଦେଇ ହୃଦୟରେ ଜାଗା କରିନେଲା

ଅଶ୍ରୁ ଗୁଡିକ ମଧ୍ୟ୍ୟ ତା ସପକ୍ଷରେ

ସେଥିପାଇଁ ବୋଧେ ନିମ୍ନ ମାନର

ବ୍ୟକ୍ତିତ୍ୱ ପ୍ରଭାବିତ

ଭୁଲିଲେ ଭି ମନେ ପଡେ

ସେଥିପାଇଁ ତ ଏହି ନୀଳ ଚକ୍ଷୁ

ଲୁଚିବାର ଆଶ୍ରୟ !

ମଦ୍ୟପର ମାଦକତାର ନିଶା

କିଛି ତ ଏହି ଆଖିର ତୀବ୍ର ଅକୁହା

ଚାହାଣୀର ନିଶା

ପଥିକର ପଥ ତୋରି ମାଧ୍ୟମରେ

ହୃଦୟର ପ୍ରତିଟି ନିବୁଜ କୋଠିକୁ

ଯୋଉଠି ବିଚାର ପ୍ରତିଟି ସୃଷ୍ଟିର !

ତୋର ଏହି ଶୀତଳତା ବିନା

ପୃଥିବୀର ପ୍ରତ୍ୟେକ ରଙ୍ଗ କ୍ଷୀଣ

ପ୍ରତ୍ୟେକ ରଙ୍ଗ, ରଙ୍ଗ ବିହୀନ

ହୃଦୟରୁ ଏତିକି କାମନା

କେହି ନ ରହୁ ଅଭିଶପ୍ତ ତୋ ବିନା !

ବନସ୍ମିତା.........



Rate this content
Log in

Similar oriya poem from Romance