STORYMIRROR

Madhabi Patel

Romance

3  

Madhabi Patel

Romance

ପ୍ରେମ

ପ୍ରେମ

1 min
171


ଭଲ ପାଇବାର ପାଉଁଷଗଦାରେ

ଯିଏ ଥରେ ଜଳିନାହିଁ।

କେମିତି ବୁଝିବ ପ୍ରେମର ମହତ୍ତ୍ବ

ପ୍ରେମ ଯିଏ କରିନାହିଁ ଭଲ,,,,,,,।

କେମିତି ବୁଝିବ କେତେ ଖଟାମିଠା

ସ୍ବାଦ ତାର ଚାଖିନାହିଁ।

ଅନ୍ତରେ ଅନ୍ତରେ ହସିନି ଯାମନ

ଲୁଚି ଲୁଚି କାନ୍ଦିନାହିଁ ଭଲ,,,,,,।

ମାଟି ରହିଥାଏ ବର୍ଷାକୁ ଅନେଇଁ

ଜହ୍ନକୁ ଖୋଜଇ କଇଁ।

ପ୍ରେମର ସଂପର୍କ ନିବିଡ ହୋଇଲେ

ଆପେ ଦିଅଇ ଶିଖାଇ।ଭଲ,,,,,,।

ଅନୁରାଗଭରା ହୃଦୟରେ ଯାର

ପ୍ରେମସ୍ରୋତ ଟିଏ ନାହିଁ।

ସେ କାହୁଁ ଜାଣିବ ପ୍ରେମର ସ୍ପନ୍ଦନେ

କେତେ ସୁଖ ଥାଏ ରହି ଭଲ,,,,,,।

ହସିନାହିଁଯିଏ ହୃଦୟ ଭିତରୁ

କାନ୍ଦିନାହିଁ ଛାତିଚିରି।

ସେ କି ଜାଣିବ ପ୍ରେମର ସୁଆଦ

ଦୁଃଖ ଲାଗେ ସୁଖପରି ଭଲ,,,,,,।

ଲୁହରେ କବିତା ଯିଏ ଲେଖିନାହିଁ

ମନଯାର ମରିନାହିଁ।

କେମିତି ଜାଣିବ କେତେ ଖଟାମିଠା

ଧୋକା ଯିଏ ଖାଇନାହିଁ।ଭଲ,,,,,।

ପ୍ରେମରେ ନଥାଏ ପ୍ରତିଶୋଧ ଭାବ

ସଚ୍ଚାପ୍ରେମୀଙ୍କର ପାଇଁ।

ଉତ୍ସର୍ଗିତ ମନ ଉତ୍ସର୍ଗ ଜୀବନ

ଜଣେ ହୁଏ ଅନ୍ୟପାଇଁ ଭଲ,,,,,,,।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance