STORYMIRROR

Alhadini Panigrahi dash

Tragedy Others

3  

Alhadini Panigrahi dash

Tragedy Others

ଚିଠି ଟିଏ ବସନ୍ତ କୁ

ଚିଠି ଟିଏ ବସନ୍ତ କୁ

1 min
57

ଶୁଖିଲା ପତରେ ପଠାଇଲି ଚିଠି

ପାଇଲ କି ନାହିଁ ତୁମେ

ଉତ୍ତର ତୁମର ପାଇବା ପାଇଁ କି

ନିଇତି ଝରକା ଖୋଲେ ।।୧ାା


ଲେଖିଥିଲି ମୁହିଁ କଅଁଳ ପତରେ

ଉତ୍ତର ଦେବ ମୋର

ସାଥେ ପଠାଇବ ବଉଳ ଫୁଲ କୁ

ବାସ୍ନା ରେ ଭରିବି ଘର ାା୨ାା


ପଠାଇବ କି ଆମ୍ରକାନନ ରୁ

ଦୂତ ରୁପେ ପରଭ୍ରୁତେ

ସେ ପରା ଗାଇବ ତୁମରି ବାରତା

ସୁ-ମଧୂର ଚୋଖି ବ୍ରୁତ୍ତେ ାା୩ାା


ଚିଠି ତ ତୁମର ଆସିଲାନି ଆଜି

ନିଜେ ତୁମେ ଯାଅ ଆସି

ମୋ ହ୍ରୁଦୟ ର ଶୁଖିଲା ବଗିଚା

ପୁଣି ତ ଉଠିବ ହସି ାା୪ାା


ଗ୍ରୀଷ୍ମ ର ଝାଞି କେତେ ବା ସହିବି

ଆଉ ସହି ହେଉନାହିଁ

ମଳୟ ର ସେଇ ଶିତଳ ସ୍ପର୍ଶ କୁ

ଝୁରି ମରୁଥାଏ ମୁହିଁ ାା୫ାା


ଶ୍ରାବଣ କୁ ଆଉ ବାନ୍ଧି ରଖିବାକୁ

ମୋ ନୟନ ଚାହୁଁ ନାହିଁ

ଆହେ ଋତୁରାଜ ତୁମରି ପଥକୁ

ଆକୁଳେ ରହିଛି ଚାହିଁ ାାା୬ାା 


ନ ଆସିଲେ ନାହିଁ ଭୁଲି ଯିବ ନାହିଁ

ପ୍ରତିକ୍ଷା କରିଛି ବୋଲି

ଆନ୍ତରିକତା ନଥିଲେ ନଥାଉ

ଚିଠି ଟିଏ ଦେବ ଖାଲି ାା୭ାା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy