ଚିତ୍ରକର
ଚିତ୍ରକର
ଆଙ୍କୁ ଆଙ୍କୁ ଆଙ୍କିଦେଲି ଥରେ
ପ୍ରେମର ପରିଭାଷା
ଦୁନିଆ କହିଲା ତୁ ଚିତ୍ରକର
ତୁତ ଆମ ଭରସା ।
ଏତେ ଦିନ ଥିଲୁ ତୁ କୁଆଡେ
ଆମେ ଥିଲୁ ହତାସରେ
ଖୋଜୁଥୁଲୁ ତତେ କାହିଁ କେତେଦୁର
ଗିରି ବନ କାନନରେ ।
ଖୋଜୁଥିଲୁ ପୁଣି ଜନପଦେ
ଖୋଜୁଥିଲୁ ନଦୀତିରେ
ବିଳପିବିଳପି କାନ୍ଦୁଥିଲା ଅନ୍ତର
ତୋର ବିଚ୍ଛେଦରେ ।
ଆଜି ଆସି ଯାଇଛ ପହଁଚି
ଖୁସିର ସମ୍ଭାର ନେଇ
ବନିଛ ତୁମେ ଏମିତି ଚିତ୍ରକର
ମୁଣ୍ଡତ ଯାଉଛି ନଇଁ ।
କେମିତି ପାଇଲ କେଉଁଠୁ ପାଇଲ
ଜିବନର ଗୁଢରହସ୍ୟ
ଝୁରି ହେଉଥିଲୁ ଖୋଜି ହେଉଥିଲୁ
ପାଇବାକୁ ସେହି ମନ୍ତ୍ର।
ଜିବନଟା ଖାଲି ମିଛ ମରିଚିକା
ପ୍ରେମତ ପ୍ରକାଶ ଜ୍ୟୋତି
ହେ ଚିତ୍ରକର ଭରିଦେଲ ଜୀବନେ
ବିତିଲା ଅନ୍ଧାର ରାତି ।