STORYMIRROR

Suresh chandra Padhy

Tragedy Inspirational

3  

Suresh chandra Padhy

Tragedy Inspirational

ଚିତ୍କାର

ଚିତ୍କାର

1 min
204


ଜୀବନରେ ବାଟ ଚାଲୁ ଚାଲୁ କେତେ

ବିପଦ ଆସେ ବାରମ୍ବାର

କେହି ନ ଶୁଣନ୍ତି ଦୁଃଖ ମୋର

ସେଥି ପାଇଁ କରେ ମୁହିଁ ଚିତ୍କାର

ସଫଳତା ପାଇବାକୁ ଚାହିଁଲେ ବି

ବିଫଳତା ଆସେ ଜୀବନେ ମୋର

ହାରିଗଲେ ମୁହିଁ ସହି ନପାରି

କରେ ଖାଲି ଚିତ୍କାର

ଦୁନିଆରେ ଅନ୍ୟାୟ ଅତ୍ୟାଚାର ସବୁଠି ହୁଏ

କେହି ଶୁଣେ ନାହିଁ କଥା କୁ କାହାର

ଦୁନିଆର ରୀତି ନୀତି ଦେଖି

କରେ ଖାଲି ଚିତ୍କାର

ନାରୀ ଉପରେ ହୁଏ କେତେ ନିର୍ଯାତନା କଳନା ନାହିଁ ତାର

କେବେ ଦୁଷ୍କର୍ମ କେବେ ବଧୁହତ୍ୟା ହୁଏ ଏଠି ବାରମ୍ବାର

ସହି ପରେ ନାହିଁ ଦେଖି ପରେ ନାହିଁ

ବୁକୁ ଫଟେଇ କରୁଅଛି ଖାଲି ଚିତ୍କାର

ଅସାଧୁ ଲୋକ ଏଠି ରାଜୁତି କରେ

ସାଧୁ ସଜ୍ଜନ ଦଣ୍ଡ ପାଏ ବାରମ୍ବାର

ସରଳ ଲୋକ ଦୁଃଖ ପାଏ ବୋଲି

କରୁଅଛି ଖାଲି ଚିତ୍କାର

ପରିବାର ରେ ଆମ କଳହ ଲାଗଇ

କାହା ପାଇଁ କେବେ ଘର ଭାଙ୍ଗଇ

କେତେ ଶତ୍ରୁ ହୁଅନ୍ତି ଜୀବନେ

ଆମର

ବଞ୍ଚିବାକୁ ଜୀବନ ପଥରେ କରିଚାଲେ ଖାଲି ଚିତ୍କାର

ଭୋକ ଉପବାସରେ କିଏ ରହୁଛି

ଚୁଲି ଜଳେନା ଘରେ କାହାର

ଦାଣ୍ଡ ରେ ବୁଲି କିଏ ଭିକ ମାଗେ ବାର ଦୁଆର

ଦୁଃଖି ମଣିଷର ଦୁଃଖ ଦେଖି କରି ଚଲେ ଖାଲି ଚିତ୍କାର

କେହି ଶୁଣେ ନାହିଁ ଏଠି କଥା କାହାର

 ତଥାପି ଦରଦୀ ମଣିଷ ଟେ ହୋଇ 

କରିଚାଲେ ଖାଲି ଚିତ୍କାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy