STORYMIRROR

Bidyadhar Mantry

Children

4  

Bidyadhar Mantry

Children

ଚିରାଚିରି

ଚିରାଚିରି

2 mins
279


ଶ୍ରେଣୀରେ ଶିକ୍ଷକ ନ ଥିଲା ବେଳେ

ପିଲାଏ କରିଲେ ପାଟି

କିଏ ଢୁଳେଇଲା, କିଏ ନାଚ କଲା

କିଏ ଝିକେ କାହା ଚୁଟି I

 

ଝଗଡ଼ା କରିଲେ ଦୁଇ ଜଣ ପିଲା

ଧରା ଧରି ହୋଇ ତଣ୍ଟି

ଗଡା ଗଡି ହେଲେ ଶ୍ରେଣୀ ଘରଟିରେ

ପିଲାଏ ଧାଇଁଲେ ଉଠି I


ଅନ୍ୟ ପିଲା ମାନେ କରିଲେ ବିଚାର

ସଭିଏଁ ହୋଇ ଏକାଠି

ଶ୍ରେଣୀ ଶିକ୍ଷକଙ୍କୁ ଚାଲ କହିଦେବା

ଝଗଡ଼ା ହେଉଛି ଏଠି I

 

ପ୍ୟାଣ୍ଟ ସାର୍ଟ ଚିରି, ମାଟି ଧୁଳି ହୋଇ

ଭିଡା ଭିଡି ଦୁଇ ଜଣ

ଅନ୍ୟ ପିଲାମାନେ ଶିକ୍ଷକଙ୍କ ପାଶେ

କହିଲେ ସବୁ କାରଣ I

 

ତହୁଁ ଶିକ୍ଷକ ପହଞ୍ଚି ଶ୍ରେଣୀ ଗୃହରେ

ଡାକିଲେ ଦୁଇ ଜଣଙ୍କୁ

ଝଗଡ଼ା କରିବା କାରଣ କଅଣ

ପଚାରିଲେ ଜାଣିବାକୁ I

 

ଜଣେ କହେ ଆଜ୍ଞା

ମୋ ବହି ସେ ଚିରିଦେଲା

ଅନ୍ୟ ଜଣେ କହେ

ମୋ ଖାତାରେ ଗାରେଇ ଦେଲା I

 

ଶିକ୍ଷକ କହିଲେ ତୁମେ ଦୁଇ ଜଣ

ଘଣ୍ଟାଏ ଆଣ୍ଠେଇ ବସ

ତା ପରେ କହିବି, କଅଣ କରିବ

କାହାର ପ୍ରକୃତ ଦୋଷ I

 

ଦୁଇ ଜଣ ପିଲା ଆଣ୍ଠେଇ ରହିଲେ

ଘଣ୍ଟାଏ ସମୟ ସେଠି

ଅନ୍ୟ ପିଲାମାନେ ପଢ଼ୁ ଥିଲେ ପାଠ

ଟିକେ କଲେ ନାହିଁ ପାଟି I

 

ଶିକ୍ଷକ କହିଲେ ଶୁଣ ପିଲେ

ଭଲ ପିଲା ଅଟେ ସିଏ

ବହି ଖାତା ସବୁ ଅତି ଯତନରେ 

ସାଇତି ରଖଇ ଯିଏ I

 

ସାଇତି ରଖିବ ବହି ଖାତା ସବୁ

କର ନାହିଁ ଚିରା ଚିରି

ସୁନ୍ଦର ଅକ୍ଷରେ ଲେଖିବ ଖାତାରେ

କରନାହିଁ ଗାରା ଗାରି II

 

 

      

 


Rate this content
Log in

Similar oriya poem from Children