STORYMIRROR

Priyaranjan Biswal

Abstract Fantasy Others

4  

Priyaranjan Biswal

Abstract Fantasy Others

ଚିନ୍ତାଗ୍ରସ୍ତ ମନ

ଚିନ୍ତାଗ୍ରସ୍ତ ମନ

1 min
58


ଜଣେନା କାହିଁକି

ମନ ଆଜି ହୁଏ ବିଚଳିତ?

ସବୁ ଠିକ୍ ଥିଲା ଦିନରେ

ସମସ୍ଯା ଆସିଲା ସନ୍ଧ୍ଯା ସହିତ।


ପାଉନି ଆଜି ମୁଁ

କାରଣ ଖୋଜି

କାହିଁକି ମନ ତୁ ହେଉ ଅଧିର?

କାହାକୁ ଖୋଜୁଛୁ? 

କହିଦେରେ ମତେ।

ଦେଇପାରିବି କାଳେ 

ମୁଁ ଠିକଣା ତାର!


ସବୁ ଥାଇ ଆଜି

ରହୁ ଏକା ଏକା

କରୁଛୁ କାହିଁକି ଏତେ ତୁ ଚିନ୍ତା?

ତୋର ଏଇ ଚିନ୍ତାକୁ

ସମ୍ଭାଳି ନପାରି

କରୁଛନ୍ତି ଲୋକ ଏଠି ଆତ୍ମହତ୍ଯା।


ଯେଉଁମାନଙ୍କର ଚିନ୍ତା

ତୁ କରୁଛୁ

ସେମାନେ କି ତୋର ଏତେ ନିଜର?

ଧୋକାବାଜ୍ ଥିଲେ

ଛାଡି ଚାଲିଗଲେ

ସ୍ୱାର୍ଥକୁ ସାଙ୍ଗରେ ନେଇ ସ୍ୱର୍ଥପର।


ମନତୁ ହୋ ନା

ଏତେବି ଅବୁଝା

ଜୀବନର ମୂଲ୍ଯ ବୁଝିଯାଆ।

ଜୀବନର ମୂଲ୍ଯ

ଥରେ ବୁଝିଗଲେ

ଚିନ୍ତାକୁ ନିଜେ ତୁ

କହିବୁରେ ମନ

ମୋ ଠାରୁ ତୁ ଦୂରେ ଯାଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract