ଚିନ୍ତାଗ୍ରସ୍ତ ମନ
ଚିନ୍ତାଗ୍ରସ୍ତ ମନ


ଜଣେନା କାହିଁକି
ମନ ଆଜି ହୁଏ ବିଚଳିତ?
ସବୁ ଠିକ୍ ଥିଲା ଦିନରେ
ସମସ୍ଯା ଆସିଲା ସନ୍ଧ୍ଯା ସହିତ।
ପାଉନି ଆଜି ମୁଁ
କାରଣ ଖୋଜି
କାହିଁକି ମନ ତୁ ହେଉ ଅଧିର?
କାହାକୁ ଖୋଜୁଛୁ?
କହିଦେରେ ମତେ।
ଦେଇପାରିବି କାଳେ
ମୁଁ ଠିକଣା ତାର!
ସବୁ ଥାଇ ଆଜି
ରହୁ ଏକା ଏକା
କରୁଛୁ କାହିଁକି ଏତେ ତୁ ଚିନ୍ତା?
ତୋର ଏଇ ଚିନ୍ତାକୁ
ସମ୍ଭାଳି ନପାରି
କରୁଛନ୍ତି ଲୋକ ଏଠି ଆତ୍ମହତ୍ଯା।
ଯେଉଁମାନଙ୍କର ଚିନ୍ତା
ତୁ କରୁଛୁ
ସେମାନେ କି ତୋର ଏତେ ନିଜର?
ଧୋକାବାଜ୍ ଥିଲେ
ଛାଡି ଚାଲିଗଲେ
ସ୍ୱାର୍ଥକୁ ସାଙ୍ଗରେ ନେଇ ସ୍ୱର୍ଥପର।
ମନତୁ ହୋ ନା
ଏତେବି ଅବୁଝା
ଜୀବନର ମୂଲ୍ଯ ବୁଝିଯାଆ।
ଜୀବନର ମୂଲ୍ଯ
ଥରେ ବୁଝିଗଲେ
ଚିନ୍ତାକୁ ନିଜେ ତୁ
କହିବୁରେ ମନ
ମୋ ଠାରୁ ତୁ ଦୂରେ ଯାଆ।