Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ଚହଟ ଚମ୍ପା ହୁଅନା ଖପା ତୁଛାକୁ ଆଉ ଏତେ

ଚହଟ ଚମ୍ପା ହୁଅନା ଖପା ତୁଛାକୁ ଆଉ ଏତେ

1 min
268



ଚହଟ ଚମ୍ପା ହୁଅନା ଖପା ତୁଛାକୁ ଆଉ ଏତେ

କହିଲେ ମତେ ବୁଲେଇଦେବି ବଜାର ସାରା ସତେ

..........ଚହଟ ଚମ୍ପା ହୁଅନା ଖପା 

                  ତୁଛାକୁ ଆଉ ଏତେ ! ୦ !


କିଣେଇଦେବି ନାଲିଆ ପାଟ ମାନିବ ଦେହ ଗୋରା

ପିନ୍ଧିଲେ ନିଶ୍ଚେ ଝଟକି ଯିବୁ ବାହାର ଆଖି ଟେରା

ହସିଦେ ଟିକେ ରୁଷାକୁ ଛାଡ଼ି ଛାଟନା ଆଉ ହାତେ

..........ଚହଟ ଚମ୍ପା ହୁଅନା ଖପା 

                  ତୁଛାକୁ ଆଉ ଏତେ ! ୧ !


ଖୁଆଇଦେବି ଯାହା କହିବୁ ମିଠାକି ହଉ ଖାରା

ହୋଟେଲ୍ ରନ୍ଧା ଖାଇବୁ ଯଦି ଆପତ୍ତି ନାହିଁ ପରା

ପାଦ କଚଡ଼ା ସେତିକି ଥାଉ ବାଧୁଛି ଆହା କେତେ

..........ଚହଟ ଚମ୍ପା ହୁଅନା ଖପା 

                  ତୁଛାକୁ ଆଉ ଏତେ ! ୨ !


ହାର କିଣିଲେ କିଣେଇଦେବି ଦେଇଦେ ଗୋଟେ ଚୁମା

ବାହୁ ହାରଠୁ ସେଇ ହାରଟା ଅଧିକା ନୁହେଁ ଜମା

ଆଖିରେ ଆଖି ଯୋଖିଦେ ଗୋରୀ ବିଶ୍ବାସ ନେଇ ମତେ

..........ଚହଟ ଚମ୍ପା ହୁଅନା ଖପା 

                  ତୁଛାକୁ ଆଉ ଏତେ ! ୩ !





 


Rate this content
Log in

Similar oriya poem from Romance