ଛୋଟରେ ବିରାଟ
ଛୋଟରେ ବିରାଟ


ଟିକି ଟିକି ଫୁଲ ମନ ମୋହିନିଏ
ତା'ର ସୁମଧୁର ବାସ
କୁନି ପିଲାଟିର କଅଁଳ ଓଠରେ
ଭୁଲି ହୁଏନା ସେ ହସ ll
ଟିକି ଚଢେଇର ମିଟି ମିଟି ଆଖି
ମନରେ ସେନେହ ଆଣେ
କୁନି ପିଲାଟିର ଖନି ଖନି କଥା
ପୁଲକ ଜଗାଏ ପ୍ରାଣେ ll
ଟିକି ତାରାଟିଏ ଅନ୍ଧକାର ନାଶେ
ମିଞ୍ଜି ମିଞ୍ଜି ଆଲୋକରେ&nbs
p;
ଟିକି ଗପଟିଏ ବଦଳେଇଦିଏ
ଗତିପଥ ଜୀବନରେ ll
ଛୋଟ କଥା ପଦେ ଜୀବନରେ ପୁଣି
ସଫଳତା ଦିଏ ଭରି
ଛୋଟ ପିଲାଟିର ସାହସ ପାଖରେ
ଏ ଦୁନିଆ ଯାଏ ହାରି ll
ଛୋଟ ବୋଲି କେବେ ନଭାବି କାହାକୁ
ଛୋଟରେ ବିରାଟ ଦେଖ
ଛୋଟ ପିଲାଟିର ଛୋଟ କାମଟିଏ
ପୋଛି ନିଏ ସବୁ ଦୁଃଖ ll