STORYMIRROR

Rashmibala Satapathy

Tragedy Inspirational

2  

Rashmibala Satapathy

Tragedy Inspirational

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
87


ଯନ୍ତ୍ରଣା ଜ୍ୱାଳାରେ ଜୀବନ ବନ୍ଧାରେ

ସାତସୁର ଏଠି ଗଲାଣି ହଜି,

ସମସ୍ୟା ଘେରରେ ବନ୍ଧା ଏ ଜୀବନ

ମଧୁର ସଙ୍ଗୀତ ଯାଇଛି ବୁଜି।

ବିଶ୍ୱାସ ଭରଷା ତୁଟିଗଲାଣି ମୋର

ଏ ସମାଜ ଉପରୁ ସାଥୀ,

ମୁଖା ପିନ୍ଧା ମଣିଷ ସମସ୍ତେ ଏଠି 

ସବୁଠି ଚାଲିଛି ରାଜନୀତି।

ଗ୍ରୀଷ୍ମର ନୀରବ ନିସ୍ତବ୍ଧ ଦ୍ଵିପ୍ରହରେ

ନିସ୍ତେଜ ହୋଇଛି ମୁଁ ଆଜି,

ଚାଲିଚାଲି ମୁଁ ଥକି ପଡି ଲିଣୀ

ମୁକ୍ତି ପାଉନି ଖୋଜି।

ଜୀବନ ଦୋଛକିରେ ଝୁଣ୍ଟି ମୁଁ ପଡ଼ିଛି

ଆଘାତ ପାଇ ମୁଁ ପଡ଼ିଛି,

ଚାଲି ମୁଁ ପାରୁନି ଫେରି ମୁଁ ପାରୁନି

 ପୋଡ଼ା କାଷ୍ଠ ମୁଁ ସାଜିଛି।

ଯନ୍ତ୍ରଣା ଆଜି ମୋ କଲମ ସାଜିଛି

କବିତା ଗାଉଛି ନୀରବ ଗାଥା,

ଜୀବନ ସାଜିଛି ରକ୍ତିମତୁଳୀ ଟେ

ରକ୍ତ ଝରା ଆଜି ମୋ ମଥା।

ବଦଳି ଯାଇଛି ଜୀବନ ଯିଇବାର ଢଙ୍ଗ,

ଫିକା ପଡ଼ିଯାଇଛି ଆଜି ସପ୍ତରଙ୍ଗ।

ମୁକ୍ତିପଥର ଅନୁସନ୍ଧାନରେ,

ଚାଲିଛି ଅସରନ୍ତି କଣ୍ଟକିତ ପଥରେ।



Rate this content
Log in

Similar oriya poem from Tragedy