ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ


ଜୀବନ ବାଟରେ କେତେ ଖାଲଖମା
କିଏ ସେ ପାରିବ ଭରି
ଏ ଜୀବନ ଏବେ ଜହର ସମାନ
ବଞ୍ଚିଛି ମୁଁ ମରିମରି ।
ପ୍ରୀତିର ପ୍ରଦୀପ ଲିଭି ଯାଇଛି ମୋ
ଝଞ୍ଜାର ଆଘାତ ପାଇ
ହୃଦ ଉପବନ ବୃକ୍ଷଶୂନ୍ୟ ଆଜି
ନାହିଁ ଫୁଲଫଳ ଛାଇ ।
ଅଳସୀ ସଞ୍ଜର ବିଭୋରପଣକୁ
ଆଖିର ଲୁହରେ ଧୋଇ
ଦୁଃଖର କବରୀ ଫିଟି ପଡ଼ିଅଛି
ସତେ ଗୋଟି ଗୋଟି ହୋଇ ।
ଅଳୀକ ଜୀବନ ଲାଗେ ଛନ୍ଦହୀନ
ମନଟା ମୋ ଭାରିଭାରି
ତୁମ ପାଇଁ ପ୍ରିୟା ଏ ଜୀବନ ଜୁଆ
ଜିତୁ ଜିତୁ ଗଲି ହାରି ।