STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ଛଳନାର ଜାଲ

ଛଳନାର ଜାଲ

1 min
199

ତମେ କଣ ସେତିକି ମନେ ପକାଉନାହଁ

ଯେତିକି ମୁଁ ତୁମକୁ ମନେ ପକାଉଛି

ତମେ କଣ ସେତିକି ଯନ୍ତ୍ରଣାରେ ନାହଁ

ଯେତିକି ମୁଁ ତୁମକୁ ଭଲପାଉଛି 

ଆବେଗରେ ଯେ ପ୍ରେମ ଥିଲା

ଏକଥା ବୁଝିଲା ପୂର୍ବରୁ

ତମେ ମୋତେ ଛାଡ଼ି ଚାଲିଗଲ।

ଅଫେରା ପାଦ ନେଇ ଗଲ ଯେ

ଆଉ ଥରେ ବି ସେ ପାଦ ଚିହ୍ନ ଆଡେ

ମୁହଁ ବୁଲାଇ ଚାହିଁଲ ନାହିଁ

ଦେଖ ମୁଁ ଏବେବି ସେ ବାଲୁକା ପ୍ରାନ୍ତରେ

ଛିଡ଼ା ହୋଇ ଗଣି ଚାଲିଛି

ତମର ଅଫେରନ୍ତା ପାଦଚିହ୍ନକୁ

ଅଶାନ୍ତ ସମୁଦ୍ରର ସର୍ବଶୋଷା

ତରଙ୍ଗ ମାଳା ଠାରୁ ....

ଅନୁନୟ ବିନୟ ହୋଇ

ମୋ ଜଡ ଛାତିରେ ସାଇତି ରଖିଛି

ତମର ପାଦର ରେଣୁକୁ।

କଣ ମୁଁ ଆଶା ରଖିଛି ତମଠାରୁ

ତମେ ମୋତେ କହିବ ମୁଁ ସତୀ

ନାଁ ମୁଁ

ପାଲଟି ଯିବି ବୈଦେହୀ ନା

ଅନସୂୟା ନା ଯାଜ୍ଞସେନୀ?

ମୁଁ ଆଜି ବିଷାଦରେ ମ୍ରିୟମାଣ

ମୁଁ ମର୍ମାହତା  

ଛଳନାର ଦୋଛକିରେ ଛିଡ଼ା ହୋଇ

ମୁଁ ଆଜି ଉଡ଼ିବା ଭୁଲି ଯାଇଛି

ମୁଁ ବିଦୀର୍ଣ୍ଣ ମୁଁ ବିଷର୍ଣ୍ଣ!

ତମର ସେ ଧୋବ ଧୋବଳିଆ ଅଟ୍ଟାଳିକାର

ମୁଁ ଏକ ମୁହ୍ୟମାଣ ମ୍ରିୟମାଣ

ପତିତ ବିହଙ୍ଗ 

ତମେ ଚାରି ବାହୁ ବିଶିଷ୍ଟ

ଶକ୍ତିଶାଳୀ ଇଗଲ୍।

ଯେତେ ଯାହା କଲେ ବି ତମ ପାଖରେ

ମୁଁ ହାର ମାନିବି ନାହିଁ

ଦିନେ ନା ଦିନେ ତମକୁ ତଳକୁ

ଆସିବାକୁ ପଡ଼ବ 

ମୋ ଶୂନ୍ୟତାକୁ 

ଏଇ ବେଳାଭୂମି

ପୂର୍ଣ୍ଣତା ପ୍ରଦାନ କରିବ।

ଏଇ ବିହ୍ୱଳ ବେଳାର ବୁକୁରେ

ମୋ ଧୁସର ସ୍ୱପ୍ନ ସବୁକୁ

ତମେ ରଙ୍ଗ ଅଭିର ବୁଣି ରଙ୍ଗିନ କରିବ 

ମୋର ସ୍ୱପ୍ନାଭ ସମୟକୁ

ତମ ଛଳନାର ଚାଦର ତଳୁ

ମୋତେ ଛଡ଼ାଇ ଆଣିବାକୁ ପଡ଼ିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy