STORYMIRROR

ଅନିଲ କୁମାର ଲେଙ୍କା

Abstract Tragedy

3  

ଅନିଲ କୁମାର ଲେଙ୍କା

Abstract Tragedy

ଛଳନା-୨

ଛଳନା-୨

1 min
181


ମୁଁ ଜାଣେ ତୁମେ ପାରିବନି କେବେ 

   ମୋ ବିନା ଅଲଗା ରହି

ଊର୍ମି ହେ ତୁମେ ବେଳାର ପ୍ରଣୟ 

   ପାରିବ କି ଭୁଲିଯାଇ ।।


ଅନ୍ତରରୁ ଭରି ଭଲ ପାଏ ଯିଏ

   କର ତା’ ସାଥେ ଛଳନା

ଟିକେ ଛୁଇଁ ଦେଇ ସପନ ଜଗାଇ

   ଫେରିଯାଅ କରି ବାହାନା।।


ଏ ମଣିଷ କିନ୍ତୁ ଭୁଲଇ ସେନେହ

   ବିଶ୍ୱାସରେ ବିଷ ଦେଇ 

ନିରବରେ ଖାଲି ପଡ଼ିରହେ ବେଳା

    ଆଖି ଲୁହେ ଭିଜିଯାଇ ।।


ଫେରିଆସ ଯେବେ ନିଜ ଭୁଲ୍ ବୁଝି

    ସେ ବେଳାଭୂମି ପାଖକୁ

ଭୁଲି ଯାଇ ଯେତେ ସବୁ ଅଭିମାନ

   କୋଳାଏ ବୁକେ ଆମକୁ ।।


ଜୀବନର ନାମ ଅପୂର୍ଣ୍ଣତା ବୋଲି

    ଛଳନା ଭାଗ୍ୟରେ ସାର

କେହି ନୁହେଁ ଏଠି ପୂର୍ଣ୍ଣ ର କଳସ

    ସମସ୍ତେ ଅଧିନ ତାର ।।


ଅପଲକ ମୋର ନୟନରେ ଆଜି

    ଅବିଶ୍ରାନ୍ତ ଅଶ୍ରୁ ଧାର

କେବେ ବରଷିବ  ଧରାକୁ ଚୁମିବ

   ପୂର୍ଣ୍ଣ ହେବ ମୋର ଘର ।।


"ଭଗବାନ ଯେଉଁଠି “ଅପୂର୍ଣ୍ଣ”, 

ସେଠି ପୂର୍ଣ୍ଣତାର ପ୍ରଶ୍ନ କାହିଁ"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract