STORYMIRROR

Upendra prasad Mahala

Romance Tragedy Inspirational

5.0  

Upendra prasad Mahala

Romance Tragedy Inspirational

ଛାଇ

ଛାଇ

1 min
239


କେତେ ବାଟ ଚାଲି ଅ।ସିଥିଲେ 
ପାହାନ୍ତି ଅନ୍ଧାରରେ ଅ।ମେ
କୁଆଁତାରା ଦେଖି
ହାତରେ ହାତକୁ ଧରି ।
ଲକ୍ଷ୍ୟସ୍ଥଳ ଥିଲା ବହୁ ଦୂର
ସରୁ ନ ଥିଲା ବାଟ !

ଥକି ପଡୁଥିଲା ତୁମ ନରମ ପାଦ
ତଥାପି ଭରସା ଦେଉଥିଲ
ତୁମେ, "ଚାଲ ।
ଚାଲିବା ତ ଜୀବନ" !!

ଅପରିଚିତ ମାୟାବୀ ନଗରୀ 
ଛାଇ-ଅ।ଲୁଅର ପଥେପଥେ
ଚାଲିଥିଲେ ଅ।ମେ
ସାଥୀ ହୋଇ
ପଛେପଛେ ଧାଉଁଥିଲା
ଛାଇ ପରି କେହି ।
ତୁମେ କହିଥିଲ, " ପଛକୁ
ଚାହଁନି, କାଳେ
ଭୁଲିଯିବା ବାଟ।
ଏ ଛାଇ କେବେ ଅଛି,
କେବେ ନାହିଁ !!"

ଶୂନଶାନ ଭୋର ରାସ୍ତାରେ 
ନା ଥିଲା ଟାକ୍ସି, ନା ଅଟୋରିକ୍ସା ।
ତୁମ ଅସୁସ୍ଥତା, ଅସହାୟତା
ଅାଖି ଭିଜାଉଥଲା।
ଥିଲି ନାଚାର ।
କାନ୍ଦକାନ୍ଦ ମୁହଁ ଦେଖି
ତୁମେ କହିଥିଲ, "ଏଇତ
ପହଞ୍ଚିଗଲେଣି ଠିକ ସମୟରେ
ଦେଖ, ଅ।ଗରେ ଜୀବନଦାନ 
ଦେଉଥିବା ଡାକ୍ତରଖାନା !!"

ଜୀବନ ଏମିତି ଏକ ଚଲାପଥ
କେବେ ଅ।ଶା-ନିରାଶାର ମରୁବାଲି,
କଣ୍ଟକିତ ଅରମା ....
କେବେ ପୁଣି ଛାଇଛାଇକା
ଫୁଲର ବିଛଣା।
ଜହ୍ନରାତିରେ ପହଁରା
କ୍ଳାନ୍ତ ମେଘ କୋଳେ
ହଜିଯାଏ ଶେଷ ଠିକଣା
ଖୋଜିଲେ ମିଳେନି
ନୀଳ କୁଆଁତାରା ...।

ମନେହୁଏ ଏ 'ଜୀବନ'
ଅ।ଖିକୋଣରେ
ଜହକୁଥିବା ଖାସ ବୁନ୍ଦାଏ 
ନିଷ୍ପାପ, କରୁଣ ଲୁହ !! 

ଚାରିଅ।ଡେ ଚାହିଁଲେ ଦିଶେ
ମୁଠାମୁଠା ଶୂନ୍ୟତାର ଛବି
ମିଛ ଅ।ଶ୍ବାସନା...
ପ୍ରେମ ଓ ଦହନର । 
ଦୁଃଖ ଓ ଦରଦର ।
ନଖ ଦର୍ପଣରେ ଦିଶୁଥିବା 
ତୁମ ମୁହଁର ଅସ୍ପଷ୍ଟ ଛବି
ଅଚିହ୍ନା ଅଚିହ୍ନା ଲାଗେ
କୃତ୍ରିମ ଈଶ୍ବର ଭଳି
ପ୍ରହେଳିକାମୟ !!

ହାତ ପାପୁଲିର ରେଖାଙ୍କିତ 
ଜ୍ୟାମିତି ଭଳି ଦିଶେ
ଜୀବନର ଅବଶିଷ୍ଟ ଆୟୁଷ
ଦିଗବଳୟ ଅ।ଡକୁ ଲମ୍ବିଥିବା
ଅଙ୍କାବଙ୍କା ଯାତ୍ରାପଥ ।
ମାଟିରୁ ନୀଳ ଅ।କାଶ ଯାଏ
ଛାୟାପଥ ପରି ମୁକୁଳା ପଡିଥାଏ
କାହା ସିଲିକୀ କୁନ୍ତଳ କେଶ
ଢେଉଢେଉକା ମେଘମାଳା ପରି !!

ଇଛାହୁଏ ହାତ ବଢାଇ
ସାଉଁଳାଇ ଦିଅନ୍ତି 
ସେ ଅଲରା କେଶକୁ ବାରମ୍ବାର, 
ଶୁଭ ମନାସୀ, ଗୁଞ୍ଜିଦିଅନ୍ତି 
ଲୁହଭିଜା ଗାଢ୍
ଲାଲ ଗୋଲାପ ।

ହେଇପାରେ ସେ 
"ମିଛ ଛାଇ" ଅ।ଉ କାହାର ??
ବା ଅଦୃଶ୍ୟ ପାହାନ୍ତି ତାରାର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance