ଚେନାଏ ହସ
ଚେନାଏ ହସ
ଖିଏ ହସ ତାର ବାନ୍ଧିନେଲା ମୋର
ଉଦାସ ଚପଳ ମନ ।
ଲକ୍ଷେ ଫଗୁଣର ତା'ରୂପ ପସରା
ଭେଟି ଦେଲା ଯେଉଁ ଦିନ॥୦॥
ରୂପା ସବାରୀରେ ଜହ୍ନ ହସୁଥିଲା
ନିଳିମା ଆକାଶେ ରହି ।
ସିଏ ଲୋଟୁଥିଲା ପ୍ରଣୟ ଦୋଳିରେ
ମିଠା ମଜା ଗପ କହି ।
ଘନ କୁନ୍ତଳ ତା'କବରୀ ମାଳାରେ
କିଣି ନେଉଥିଲା ମନ॥୧॥
ଓଢଣା ତଳର ଚିପାଚିପା ହସ
ଲାଜ ଲାଜ ଦୁଇ ଆଖି ।
ଜଳୁଥିଲା ଦୂରେ ବାସର ଦୀପାଳି
ରହିବାକୁ ପ୍ରୀତି ସାକ୍ଷୀ ।
ଖିଏ ହସ ଥିଲା ଆମ ପ୍ରଣୟର
ଅମର ଅଭୂଲା ସ୍ମୃତି ॥୨॥

