STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ଚାରୁଚିତ୍ର

ଚାରୁଚିତ୍ର

1 min
411

ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ସନନ୍ଦ

ବ୍ଯାକୁଳିତ କରେ ମନ

ଦରଶନେ ତା'ର ଦୁଃଖ ହୁଏ ଦୂର

ଶୁଣିଥିଲା ମୋର କର୍ଣ୍ଣ।

ଶୀତ ଛୁଇଁ ଥିଲା ବସୁମତୀ ମାଆ

କାକର ଚାଦର ପିନ୍ଧି

ଦିଶୁଥିଲା ଶୁଭ୍ର କୁସୁମ ପରାୟ

ମନ ହୋଇଥିଲା ବାନ୍ଧି।

ବ୍ରାହ୍ମମୁହୂର୍ତ୍ତରେ ରବି ବାସରରେ

ସାଥି ହୋଇ ଗୁରୁକୁଳ

ଚିଲିକା ଦର୍ଶନେ ପ୍ରଫୁଲ୍ଲିତ ମନେ

ପହଞ୍ଚିଲୁ ଥାଇ ବେଳ।

ମନର ପିପାସା ଦେଖିବାର ଆଶା

ଚିଲିକାର ଚାରୁ ରୁପ

ବାଣପୁର ଗ୍ରାମ କରିଲା ସ୍ବାଗତ

ଦୂର କିବା ଅଭିଶାପ।

ଆନନ୍ଦ ଭୋଳରେ ଲୁଣି ହ୍ରଦ କୂଳେ

ପହଞ୍ଚିଲୁ ସର୍ବେ ଯାଇ

ଝଲସେ ନୟନ ତା ରୁପ ଦର୍ଶନ

ହୃଦେ କେତେ ସୁଖ ପାଇ।

ବସି ନାଆଟିରେ ତା ନୀଳ ବକ୍ଷରେ

ଭଜି କାଳିଜାଇ ଗୁଣ

ମହା ଆନନ୍ଦରେ କେତେ ଯେ ଛନ୍ଦରେ

ମନ୍ତ୍ର ମୁଗ୍ଧ ମନ ପ୍ରାଣ।

ଚିଲିକା ବୈଭବ ଜଳେ ବିହଙ୍ଗମ

କରୁଥାନ୍ତି କଳରବ

ନୀଳ ଉର୍ମି ମାଳ ଆନନ୍ଦେ ବିହ୍ବଳ

ହୃଦେ ଜାଗେ ବିଭୂ ଭାବ।

ଛାଡି ନିଜ ବାସ ଭ୍ରମି କେତେ କୋଶ

ରଙ୍ଗବେରଙ୍ଗର ପକ୍ଷୀ

ଉଷ୍ମ ସଲିଳରେ ମନ ଦୋଳି ଖେଳେ

କ୍ରୀଡ଼ାରତ ସଖା ସଖୀ।

ବିଶ୍ବର ଐତିହ୍ୟ ଓଡ଼ିଶା ଗୌରବ

ଥିଲା ହାତ ପାହାନ୍ତାରେ

ବକ୍ଷ ଭେଦି ଧୀର ପହଞ୍ଚିଲା ନାବ

କାଳିଜାଈ ପୀଠ ଠାରେ।

କରି ଦରଶନ ଜୀବ ହେଲା ଧନ୍ୟ

ନାରୀ ରୁପେ ନାରାୟଣୀ

ଉଭା ତହିଁ ଦେବୀ ନାରୀ ଜାତି ଛବି

ଭକତର ମନ ଜାଣି।

ଚିଲିକା ରାଣୀର ଚାରୁ ଚିତ୍ରପଟ

ମନ ନେଲା ଆମ ମୋହି

ହୃଦ ସିଲଟରେ ଲେଖିଦେଲା ଗାରେ

ସ୍ମୃତିର ସନ୍ତକ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract