ବୟସର ବାସ୍ନା
ବୟସର ବାସ୍ନା
ରଜନୀଗନ୍ଧାର ବାସ୍ନା ପରି
ଛୁଟିଥାଏ ବୟସର ବାସ୍ନା....
କେବେ ସେ ଚଞ୍ଚଳ ପୁଣି କେବେ ଶିଥିଳ
ମନ ବଗିଚାରେ କେତେ ଫୁଲ ଫୁଟି ବାସୁଥାଏ
ପୁଣି ଝଡୁଥାଏ ହିସାବ ତ ନଥାଏ ଏତ ବୟସର ବାସ୍ନା...
ପାହାନ୍ତି ରାତିର କୁଆଁ ତାରା ପରି ଚିକ୍ ଚିକ୍ କରି
ଅପସରି ଯାଏ ପୁଣି ସୂର୍ଯ୍ୟାଲୋକେ...
କଅଁଳ ସୂରୁଜ ର ଲାଲ କିରଣ ପରି ଝଲମଲ
ହେଉଥାଏ ସେ ବୟସର ବାସ୍ନା......
କିଶୋର କିଶୋରୀ ପ୍ରେମେ ମସଗୁଲ ଥାଏ
ଏଇ ବୟସର ବାସ୍ନା....
ଜହ୍ନର ରୂପେଲି ଜ୍ୟୋସ୍ନା ରେ ଚିକ୍ ଚିକ୍ କେବେ କରେ
ପୁଣି ଶର୍ବରୀ ର ଘୋର ତମିସ୍ରାରେ
ମାଡ଼ିଯାଏ ବୟସର ବାସ୍ନାକୁ ଦିଗହରା କରେ.....
ଛବି ସବୁ ରହିଯାଏ ସ୍ମୃତି ପଲକରେ
ହଜି ଯାଏ ନଦୀର ସ୍ରୋତରେ,
ସାଗରର ଗଭୀର ଜଳରାଶିରେ
ବୟସର ବାସ୍ନା ଯୌବନର ଉତ୍ତାଳ ତରଙ୍ଗେ
ତରଙ୍ଗାୟିତ ମନ ପୁଣି ଝରିଯାଏ....
ଝରା ଶେଫାଳିର ହସରେ ନିତି ପ୍ରତ୍ୟୁଷରେ
କଅଁଳ ଶିଶୁର ହସରେ ଫୁଟିଉଠେ ଏକି ବାସ୍ନା.....
ଯୁବକର ଯୁବକତ୍ତ୍ୱରେ ଲଙ୍ଘିଯାଏ ଅଗମ୍ୟ ଇଲାକା
ବସନ୍ତର ଚୋରା ମଳୟରେ,
ମତୁଆଲା ଖିଆଲୀ ମନଟା
ପୁଣି ହଜିଯାଏ ପତ୍ରଝଡା ଦେଇ ନିଦାଘ ଅୟମାରମ୍ଭେ .....
ଏତ ବୟସର ବାସ୍ନା
କେତେ ମନ ହାରେ ପୁଣି,
କେବେ ଜିତେ ସବୁ ସ୍ବପ୍ନ ହଜିଗଲା ପରେ.....
ଶେଷ ଇଚ୍ଛା ଥାଏ ମନରେ ଟିକେ ମହାପ୍ରୟାଣ ପାଇଁ
ଅନୁଭବ କରେ ଶେଷେ ଏ ତ ବୟସର ବାସ୍ନା........ ll