ବୟସକୁ ଦେଖ
ବୟସକୁ ଦେଖ
କବିତା - ବୟସକୁ ଦେଖ
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୮-୨୦୨୫
++++++++++++++++
ମେଘଳ ଅମ୍ବର ରହିଛି ଘୁମେଇ
କେଇ ଘଣ୍ଟା ବ୍ୟବଧାନରେ
ବର୍ଷି ଯାଉଛି ଗଦ୍ ଗଦେଇ ସକପକେଇ
ଜଳାର୍ଣ୍ଣବ ରାସ୍ତାଘାଟ ଜନଶୂନ୍ୟ ପଥପ୍ରାନ୍ତ
ପାଣି ପ୍ରଳୟରେ ପହଁରୁଥାନ୍ତି ଥତମତେଇ
ଧୂମାଳ ପାଗ କହୁଛି
ଦେଶି ଚିକେନ୍ କଷା ସାଙ୍ଗକୁ
କପେ ଚା' ଗରମା ଗରମ୍
ଇଷତ୍ ଲାଲ୍ ଚିକେନ୍ ପକୋଡ଼ା
ଦୁଇ ପ୍ଲେଟ
ସହିତ
କପେ କଫି
ଧୂଆଁ ରଙ୍ଗିଆ ହାଲକା ତଟକା ତଟମ୍
ଓଦା ସନ୍ତସନ୍ତିଆ
ମନ ପରିବେଶକୁ
କରି ପାରନ୍ତା ବେଶ୍ ସର୍ ଗରମ୍
ଛକରେ ସାଙ୍ଗ ସହିତ ଭେଟଘାଟ
ହେଲା ମତ ପରିବର୍ତ୍ତନ
ଖୁଣ୍ଟିଆ ଢ଼ାବା ଗମନ
ପଶୁ ପଶୁ ଡବଲ ଅଣ୍ଡା ଆମଲେଟ ଭକ୍ଷଣ
ସରୁ ଚିଙ୍ଗୁଡି ଭଜା କଡ଼ କଡିଆ
ଚାଖୁ ଚାଖୁ
ଚୂନାମାଛ ସହିତ ରାଗ ପାମ୍ପଡ଼ ଚର୍ବିତ ଚର୍ବଣ
ଶେଷରେ ତଲଲା ତବତ ଥାଳିଏ
ମାଟି ହାଣ୍ଡି ଖାସି ମାଂସ ଝୋଳ ବେଲାଏ
ଗେମ୍ଫିଦେଇ ସାରିଲେ ତୃପ୍ତିମାର୍ଜଣ
ବେପାରୀ ସାଙ୍ଗ ରଥ କହିଲା
ସ୍ୱାସ୍ଥ୍ୟକୁ ଦେଖ ମାପ
ସବୁ ଥନ୍ତଲା ପେଟିଆ ହେଲଣି
ସବୁ ରୋଗ କାନ୍ଧ ଉପରେ ରଖିଲଣି
ପକେଟ ନିଅ ଅଣ୍ଡାଳି
ମନ ଆପେ ଆପେ ବୁଝିଯିବ
କରିବନି ଅସମ୍ଭବ ଆଶା ହମ୍ବାଳି
ଆକାଶରୁ କଇଁଆ ଖସିବ
ଚିଲିକାରୁ ଚିଙ୍ଗୁଡ଼ି ଆସିବ
ଚିଲି ଦେଶି ଚିକେନ୍ ପାଟିରେ ପଶିବ
ବୟସକୁ ଦେଖ ରେ ବେହିଆ ଗଣ
ଚଉବନରେ ଯଉବନ
ତଥାପି ଛାଡି ପାରୁନ ପବନ
କୁଆଡ଼େ ଯିବାନି
ଝାଲ ମୁଢ଼ି ଖାଇବା ବସି
ତାସ୍ ଖେଳିବାକୁ ସୁଯୋଗ ଆସିଛି ଖୁସି
ମେଘୁଆ ପାଗରେ ଘର ପିଣ୍ଡାରେ
ଚାଲ କେଇ ଗଣ୍ଡା ଖେଳି ଦେବା ହସି ହସି
ବର୍ଷଣ ସଞ୍ଜଟା ପାରିଯିବ ଏମିତି ସେମିତି
