ବୁନ୍ଦାଏ ସିନ୍ଦୁର
ବୁନ୍ଦାଏ ସିନ୍ଦୁର
ଆକାଶର ସୂରୁଜ ପରି
ବିଛୁରିଦିଏ ଆଲୋକ
ସବୁ ଅନ୍ଧାରକୁ ଶୋଷି
ରଡ ନିଆଁରେ ଜଳୁଥାଏ
ଅହରହ ସଦା ମଥାରେ ।
ଛୁଇଁବାକୁ ଡର ଲାଗେ
ପବନେ ଉଡିଲେ ପଣତକାନି
ବାସ୍ନାୟିତ ଝୁଣାର ମହକେ
କେଉଁ ମୃଣ୍ମୟ ଦେବୀଟିଏ ପରି
ଦିଶୁଥାଅ ଅନେକଙ୍କ ଆଖିତଳେ ।
ନୀଳ ଶାଢୀଟିକୁ ଗେଲ କରି
ବିନ୍ଦୁଏ ସିନ୍ଦୁର ଲଗାଇଲେ ମଥାରେ
ସତୀତ୍ଵର ଛଳ ଛଳ ଝରଣାଟି
ଅମାନିଆ ହୋଇ ଝରିପଡେ
ତୁମ କଥା କୁହା ଆଖିରେ ।
ତୁମେ ଆଜି ଆଉ କାହାର
ବୁଝିବାକୁ ବାକି ରୁହେନି ମୋର
କପାଳେ ଲାଲ ତିଳକ ଲଗାଇ
ଶୁଭ ମନାସ ସାରା ଜୀବନ
ବିଧାତା ଯାହାକୁ ଛନ୍ଦି ଦେଇଛି ହାତରେ ।