ବୁଝିକି ପାରନା
ବୁଝିକି ପାରନା
ଉଦାସୀ ଏ ଆଖିର ଚାହାଣି
ନୀରବ ଏ ମନର କାହାଣୀ
ବୁଝିକି ପାରନା ପ୍ରିୟ !
ଚାହିଁଲେ ବି କହି ମୁଁ ପାରେନା
ନ କହି ମୁଁ ରହି ବି ପାରେନା॥
ନଦୀ ଧାଏଁ ମିଶିବ ସାଗର
ଫୁଲ ଚାହେଁ ଆସିବ ଭ୍ରମର
ସୂର୍ଯ୍ୟ ଚାହେଁ ସରସୀର ପଦ୍ମ
ଚାନ୍ଦ ଚାହେଁ ତା ପ୍ରିୟା କୁମୁଦ॥
ବୁଝିକି ପାରନା ପ୍ରିୟ !
ପଦ୍ମିନୀ ମୁଁ ତୁମ ହୃଦ ସରସୀର
କୁମୁଦ ମୁଁ ତୁମ ପ୍ରୀତି ଜୋଛନାର
ଆସ ପାଶେ ନିଅ ତୋଳି
ବିତିଯାଏ ଏ ଉଷା ଗୋଧୂଳି ॥
*******