Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Children

4  

Satyanarayan Sahoo

Abstract Action Children

ବୁଢ଼ା ବାପା

ବୁଢ଼ା ବାପା

1 min
263



ବୁଢ଼ା ବାପା ଙ୍କୁ ସଭିଏଁ ଜେଜେ ବାପା କହି 

ତାଙ୍କରି ସାହାର୍ଯ୍ୟ ନିତି ରହି ଥାନ୍ତି ଚାହିଁ ।

ପ୍ରତି ପ୍ରାଣେ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦେବା ରେ

ତାଙ୍କ ପୂତ ଅବଦାନ କିଏ ଭୁଲି ପାରେ ।

ସଭିଏଁ ଜଣ।ନ୍ତି ତାଙ୍କୁ ଭକ୍ତି ନମସ୍କାର 

ତାଂକ କଥା ମାନି ଚଳି ଥାଏ ପରିବାର ।

ନାତି ନାତୁଣୀ ଙ୍କୁ କେତେ କାହାଣୀ ଶୁଣ।ନ୍ତି 

ଜୀବନ , ନିମିତ୍ତ ବହୁ ଉପଦେଶ ଦ୍ୟନ୍ତି ।

ତାଙ୍କ ପୂତ ଅବଦାନ ନିମନ୍ତେ ଜୀବନ

ଉପକୃତ ହୋଇ ଥାଏ ନିତି ପ୍ରତି କ୍ଷଣ ।

ବୃଦ୍ଧ ବୟସରେ ବି ସେ ପରିଶ୍ରମ କରି 

ପ୍ରତି ସଦସ୍ୟ ପ୍ରାଣରେ ପ୍ରେରଣା ସଂଚାରୀ ।

ସମାଜ ରେ ଦେଇ ଥାନ୍ତି ନୀତି ଉପଦେଶ

ସୁସ୍ଥ ପରମ୍ପରା , ସୁସ୍ଥ , ସମାଜ ଓ ଦେଶ ।

ଆପଣା ଗ୍ରାମର ନଦୀ ନାଳ ବନ ଗିରି

ଆପଣା ର ଅନୁଭବ ପ୍ରତିଭା ଲହରୀ ।

ବିଗତ ଦିନରେ ସତ୍ୟ ତଥ୍ଯ ଆଧାରିତ

ସୂଚନା ତାହାଙ୍କ ଠାରୁ ହୋଇ ଥାଏ ପ୍ରାପ୍ତ ।

ସଭିଙ୍କ ପାଖରେ ଜେଜେ ବାପା ଙ୍କ ଆଦର

ଆଦରଶ, ଗୁଣାବଳି କରନ୍ତି ପ୍ରଚାର ।

ସମାଜ ସଂସ୍କୃତି ହିତେ ବ୍ରତୀ ଅହ ରହ

ବୁଢ଼ା ବାପା, ଆନନ୍ଦ ରେ ପାଳନ୍ତି ପରବ ।

ଯାନିଯାତ୍ରା ମଉଛବ ଯେତେ ପରିବାରେ

ଜେଜୀମାଆ ଙ୍କ ସହିତ ଉଲ୍ଲାସ ମନ ରେ ।

ମାତି ନିତି ଚହଟାନ୍ତି ତୃପ୍ତି ର ପ୍ଲାବନ

କି ଆନନ୍ଦମୟ ବୁଢ଼ା ବାପା ଙ୍କ ଜୀବନ ।



Rate this content
Log in

Similar oriya poem from Abstract