STORYMIRROR

Ashok Moharana

Children

2  

Ashok Moharana

Children

ବରଷା

ବରଷା

1 min
114

ଝର ଝର ହୋଇ ପଡୁଛି ପାଣି

କାନ୍ଦୁଛି ଗୁମୁରି ବରଷା ରାଣୀ।

କୁନା ବସିଅଛି ମନକୁ ମାରି

କାହିଁକି କାନ୍ଦୁଛି ବରଷା ରାଣୀ।।

କିଏ ପୋଛିଦେଵ ଲୁହ ତାହାରୀ

ମାଆକୁ ଡାକଇ ହୋଇ ଅଧିର।।

ମାଆ ବୁଝେଇଲେ କୁନାକୁ ଧରି

ବରଷା ଟି ଅଟେ ମିତ ସବୁରୀ।।

ହସିବ ଧରଣୀ ହସିବ ଚାଷୀ

ଶାସ୍ୟ ଶ୍ୟାମଳା ତ ଆଣିବ ଖୁସି।

ଜୀଵ ଜଗତଟି ହୋଇବେ ସୃଷ୍ଟି

ଜଳ ପାଇ ଖୁସି ହେବ ଧରଣୀ।।

ବରଷା ଅଟେ ତ ମିତ ସବୁରୀ

ପାଣିବିନା କେହି ପାରେନି ରହି।।

ଆରେ ବରଷା ଦେରେ ପାଣି

କୁନା ଭସେଇବ ଡ଼ଙ୍ଗା ଟେ କରି।।

ଆଣିଲା କାଗଜ କରିଲା ଡଙ୍ଗା

ଖୁସିରେ ନାଚିଲା ଥେଇ ଥେଇକା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children