Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Meher

Abstract Fantasy

2  

Jayashree Meher

Abstract Fantasy

ବର୍ଷା

ବର୍ଷା

1 min
118



ପୃଥିବୀକୁ ଓହ୍ଲାଇ ଆସ

ତୁମେ ବରଷାର ଧାର ନେଇ

ଫାଟି ଯାଇଥିବା ପୃଥିବୀ ମାତାକୁ

ଭିଜେଇ ଦିଅ ।

ମେଘର ମହ୍ଲାରରେ ବିଜୁଳି ଓ 

ଘଡଘଡି ଶବ୍ବେ

କମ୍ପାଇ ଦିଅ ସଭିଙ୍କୁ ।

ଶୁଖିଯାଇଥିବା ନଈ ନାଳକୁ

ଭରପୁର କରି 

ଫଲାଇଦିଅ ସୁନାର ଫସଳ ।

ତୁମରି ବାଟକୁ ଚାହିଁ ରହିଥିବା

ଚାତକ ପକ୍ଷୀ ତୁଣ୍ଡରେ ପାଣି ଛିଞ୍ଚି

ଅପେକ୍ଷାକୁ କର ଅନ୍ତ ।

ମୟୂରୀର ନୃତ୍ୟ ଦେଖି

ଆନନ୍ଦିତ ହୁଅ ।

ତୁମକୁ ଅପେକ୍ଷା କରି ଅନାଇ ରହିଥିବା

ଚାଷୀ ପରିବାରର ପୂଜାକୁ ଗ୍ରହଣ କରି

ଓହ୍ଲାଇ ଆସ ।

ତୁମରି ଧାରାରେ ମାଟିକୁ ମହକାଇ ଦିଅ

ସୁଗନ୍ଧିତ ବାସ୍ନାରେ ।

ବେଙ୍ଗ ବେଙ୍ଗୁଳିର ବାଦ୍ୟର ଝଙ୍କାରରେ

ତୁମେ ଗୁଣୁଗୁଣୁ ଗୀତ ଗାଇ

ନାଚିନାଚି ଆସ ।

ତୁମକୁ ପ୍ରତିକ୍ଷା କରିଥିବା ପୃଥିବୀକୁ

ଆଜି ଭିଜାଇ ଦିଅ 

ତୁମ ବରଷାର ଧାରେ ।



Rate this content
Log in

Similar oriya poem from Abstract