STORYMIRROR

ASHIS KUMAR SWAIN33

Romance

4  

ASHIS KUMAR SWAIN33

Romance

ବର୍ଷା ଯେବେ ଆସେ

ବର୍ଷା ଯେବେ ଆସେ

1 min
411


ବର୍ଷା ଯେବେ ଆସେ କିଛି କାହାଣୀର 

   ଗାଥା ନେଇ ଆସେ

ଜଣା ନାହିଁ ସେ ବିରହର ବେଦନା

   କି ମିଳନର ବାହାନା

ରୋମାଞ୍ଚିତ ହୁଏ ମନ ଉପବନ

ଟିପ୍ ଟିପ୍ ବରଷା ବିନ୍ଦୁ ଯେବେ 

ସ୍ପର୍ଶ କରେ ମାଟିର ଅପଘନ ।।


 ରିମ୍ ଝିମ୍ ଶଵଦରେ 

ଲୁଚିଥାଏ ସଙ୍ଗୀତର ମୂର୍ଚ୍ଛନା

ମଦମତ୍ତ କରେ ସ୍ନିଗ୍ଧ ମାଟିର 

   ମୁଗ୍ଧ ବାସ୍ନା

ଅଶନିର ନାଦ ସୃଷ୍ଟି କରେ 

  ମଲ୍ହାରର ରାଗ

ମଣ୍ଡୁକର ନିନାଦେ ପ୍ରତିହତ 

  ନିରବତାର ଭାବ

ଦଲକାଏ ଶୀତଳ ପବନମିଶା ବର୍ଷାଛିଟା 

ଯେବେ ବାତାୟନ ଫାଙ୍କେ ଛୁଇଁ ଚାଲିଯାଏ

  ମନେପଡେ କିଛି ଅଭୁଲା ସ୍ମୃତି 

  ଅନ୍ତରର ତାତି ବଢିଯାଏ ।।


 କାଗଜ ଡଙ୍ଗାରେ ସ୍ୱପ୍ନାବିଷ୍ଟ 

  ସପନର ଗୋପନ କଥା

  ଶ୍ରାବଣର ସ୍ରୋତରେ 

 ଭାସି ଭାସି ଯାଇ ପ୍ରିୟାକୁ କହେ 

 ହୃଦୟ ତଳର ଅକୁହା ବ୍ୟଥା

ଅଦ୍ରିର ଶିଖରେ ଭାସମାନ ଧୂମାଭ ମେଘମାଳ 

 ହାତଠାରି ଡାକୁଛି ସତେ ଯେମିତି

 ତା ସାଥେ ହଜିଯିବାକୁ ଚକ୍ରବାଳ ।।


ମୃଦୁ ମନ୍ଦ ଶିହରଣ ଖେଳାଏ 

  ବାସଭରା କଦମ୍ବ

ସାରୁପତରର ଢଳଢଳ ଜଳେ

ଜଳଜଳ ଦିଶଇ ପ୍ରେମର ପ୍ରତିବିମ୍ବ

 ବର୍ଷାକୁ ସେ ଭଲପାଏ ବୋଲି

ହାତଧରି ତା'ର କାଦୁଅରେ ବହୁତ ନାଚିଛି

 ତା ପାଇଁ ଛତାକୁ ଲୁଚାଇ 

ବର୍ଷାର ଅନୁଭବ ସ୍ପର୍ଶ କରିଛି ।। 



 ମେଘ ଆଜି ବରସୁଛି 

ନାହିଁ ଆଉ ସେ ସ୍ମୃତିର ଧାରା 

ବେସାହାରା ଚାତକ ଚାହିଁଛି ଅନାଇ ନଭକୁ

  ବରଷା ଆସିଲେ ପୁଣି 

ସାଥୀ ତାର ଫେରିବ ସେଇ ପୁରୁଣା ନିଡକୁ ।


       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance