ବର୍ଷା ତୁମେ ସ୍ମୃତି ମୋର
ବର୍ଷା ତୁମେ ସ୍ମୃତି ମୋର
ବରଷା ଯାଇଛି ମୋ ପ୍ରିୟା ଗାଆଁକୁ
ଆମଗାଆଁ ଦାଣ୍ଡ ଦେଇ
ମୋତେ ଭିଜାଇଛି ତାକୁ ଵି ଖୋଜୁଛି
ସାଥେ ଭିଜାଇବା ପାଇଁ ।
ପହିିଲି ଆଷାଢ଼ ପହିିଲି ଵାରୀରେ
ଭିଜୁଥିଲୁ ଯେଉଁଦିିିନ
ହୃଦେ ତୋଳୁୁୁୁଥିଲା ପ୍ରିତୀଗୀତି ସ୍ୱର
ମୋ ଗାଆଁ କଦମ୍ଵ ଵନ ।
ଭସା ଭସା ମେଘ ନଭେ ୍ଇଂଦ୍ରଧନୁ
ବୁୁଣୁଥିଲା ସାତରଙ୍ଗ
ତା ରଙ୍ଗେ ଭିଜିଲେ ସ୍ୱପ୍ନ ସୁନ୍ଦରୀ ଗୋ
ନିଆରା ନିଆରା ଲାଗ ।
ଓଦା ଗାଢ଼ କୁଞ୍ଚତୁମ କୁନ୍ତଳରୁୁ
ଝରିିିଗଲେ ଵର୍ଷାପାଣି
ମୋ ମନ ଅରଣ୍ୟେ ନୀଳନୟନା ଗୋ
ଦେଉଥିଲ ସ୍ୱପ୍ନ ଵୁଣି ।
ହରିିଣୀ କଟାକ୍ଷେ ରାଜହଂସ ଚାଲିି
ଜଵାକଢ଼଼ି ଓଠ ଧାରେ
ଝରିିିଗଲେ ହସ ସାତ ସୁରଙ୍ଗିଣୀ
ମୋ ମନ ଵଂଶୀରେ ତୋଳେ ।
ରଜନୀ ଗନ୍ଧାର ସ୍ତଵକେ କଵରୀ
ଦିଶୁଥିଲ ଅନୁୁପମା
ଖିଆଲି ମନରେ ଫୁଲଫଗୁଣରେ
କରୁୁଥିଲ ଆନମନା ।
ମନ୍ଦମନ୍ଦ ବହେ ଚୋରା ଚଇତାଳିି
ତୁମ ତନୁ ମନ ଛୁଇଁ
ଅଙ୍ଗେ ଅଙ୍ଗେ ଭରେ ମଧୁୁର ପୁୁଲକ
ଉନ୍ମାଦେ ମୁଁ ଶିହରହି ।

