STORYMIRROR

Hemanta Patra

Fantasy

4  

Hemanta Patra

Fantasy

ବରଷା ଭିଜା ମୋ ଗାଁ

ବରଷା ଭିଜା ମୋ ଗାଁ

1 min
44

ପ୍ରକୃତିର ଅଲିଅଳି ରାଜ ଜେମା

ଅନୁଢା କୁଆଁରୀ

ଆନମନା ବରଷା ରାଣୀ

ପିନ୍ଧି କଳାମେଘୀ ପାଟ

ମଥାରେ ଦେଇ ବଉଦ ଓଢଣୀ

ଗଭାରେ ସଜାଇ ବିଜୁଳି ଗଜରା

ବଜାଇ ମେଘର ମୃଦଙ୍ଗ

ବିରହ ବିଧୁର ସୁରେ

ଝିପ ଝିପ ପଡୁଛି ଝରି

ଆଜି ମୋ ଗାଁ ମାଟିରେ ।।

ବରଷା ଭିଜା ମୋ ଗାଁ ରେ

ଭିଜା ମାଟିର ବାସ୍ନା

ମନକୁ ନେଉଛି ମୋହି

ବଜ୍ର ବଂଶୀର ସ୍ୱନେ

ଉତ୍ତରା ପବନ ଗାଉଛି ପ୍ରଣୟ ଗୀତି

ଚିକମିକ ବିଜୁଳିର ରୋଷଣୀରେ

ଝରିପଡୁଛି ବରଷା

ନୀରିହ ଗରିବ ଆଖିର

ଢଳ ଢଳ ପଦ୍ମ ପାଖୁଡାରେ ।।

ବରଷା ଭିଜା ମୋରି ଗାଁ

ଗାଁ ନୁହେଁ ସେତ ଅଳସି କନ୍ୟା

ଗାଉଛି ଆଜି ପ୍ରେମର ରାଗ

ଶୁଣି ସେ ରାଗ

ମନ ପାଲଟିଯାଏ ଶିହରିତ

କଦମ୍ବ ବନ

ସ୍ୱପ୍ନରେ ହୁଅନ୍ତି ବିଭୋର

ଆବାଳ ବୃଦ୍ଧ ବନିତା ।।

ବରଷାର ବିରହ ବିଧୁର ସ୍ୱନ

ମୋ ଗାଁ ପାଇଁ ଏକ ମଧୁର ଛନ୍ଦ

ସବୁ ପ୍ରିତି ଭଲପାଇବା

ଝରିଯାଏ ବରଷା ହୋଇ

ସବୁ ଶୁନ୍ୟତାର ନିଃଶବ୍ଦତା ଭିତରେ

ଓଦା କରିଦିଏ ସଭିଙ୍କ ମନକୁ

ଝରଣାର କୂଳୁ କୂଳୁ ଗୀତ ପରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy