STORYMIRROR

jamini dash

Romance Others

3  

jamini dash

Romance Others

ବର୍ଷା ଆଉ ତୁମେ

ବର୍ଷା ଆଉ ତୁମେ

1 min
481

ଆକାଶରେ ଝିପିଝିପି ବର୍ଷା 

ଆଗରେ ପ୍ରସସ୍ତ ସୀମାହୀନ ରାସ୍ତା

ତୁମେ ଆଉ ମୁଁ ଗୋଟେ ଛତାତଳେ,

ଆଖିରେ ଅସୁମାରୀ ସ୍ବପ୍ନର ଲହରୀ,

ଦେହମନରେ ପ୍ରଥମ ପ୍ରେମର ସିହରଣ।


ହୃଦୟରେ ଅନେକ ବ୍ୟଥା,

ଜୀବନ ଜୀଇଁବାର ଅନେକ ସମ୍ଭାବନା,

ଆକାଶ ଧୂସରିିତ

ଚପଳାନୃତ୍ୟରତ ,ପୁଣି ଶୁଭେ ମେଘର ଗର୍ଜନ।

ରାସ୍ତାସାରା ମର୍କ୍ୟୁରୀ ଆଲୋକ,

ତୁମେ ଆଉ ମୁଁ ଅଧା ଭିିିଜା

ମନେ ହୁଏ ଭୟର ସଞ୍ଚାର ।


ବର୍ଷା ସବୁ ଧୋଇ 

ସ୍ବପ୍ନ ଆଉ ଜୀଇଁବାର ଇଚ୍ଛା

ଏବେ ଏବେ ରାସ୍ତାସାରା ଭିଡ଼

 ସେମାନଙ୍କ ଭଦ୍ରମୁଖା ତଳେ

ଆମେ ଦୁହେଁ ଅବାନ୍ତର ପ୍ରଶ୍ନର ଉତ୍ତର।

ବର୍ଷା ଚାଲିଯାଏ , କେଉଁ ଦୂର ଦିଗନ୍ତରେ,

ମନେକେତେ ପ୍ରଶ୍ନ ଉଙ୍କିମାରେ 

ବର୍ଷା ଭିିିଜା ଆକାଶର ତଳେ।



Rate this content
Log in

Similar oriya poem from Romance