STORYMIRROR

Pritipriya Mohanty

Tragedy

2  

Pritipriya Mohanty

Tragedy

ବୃକ୍ଷର ବେଦନା ଓ ବିନତି

ବୃକ୍ଷର ବେଦନା ଓ ବିନତି

1 min
6.9K




କେତେ ରୂପ ମୋର କେତେ ଯେ ନାମ,

ସବୁଠୁ ଉତ୍ତମ ମୋହରି କାମ।


ବାଟୋଇ କୁ ଛାଇ ଦିଅଇ ମୁହିଁ,

ବରଷା ସମ୍ଭବ ମୋହରି ପାଇଁ।


ଝୁଣା, ଲାଖ ଆଦି ଦରବ କେତେ,

ଯୋଗାଉଥାଏ ମୁଁ ଯାହାକୁ ଯେତେ।


ଝରକା, କବାଟ,ଚଉକି,ମେଜ,

କରିଦିଅ ମତେ କେତେ ଯେ ଚିଜ।


ତୁମ ଖୁସି ପାଇଁ ମୁଁ ଯେ ଚିନ୍ତିତ,

ମୋ କଥା ତୁମେ ନ ଭାବ କିଞ୍ଚିତ।


ମତେ ହାଣି ତୁମେ କରୁଛ ନଷ୍ଟ

ଦୁର୍ବିସହ ତୁମ ଦିନ ଅବଶିଷ୍ଟ।


ଉପକାର କରି ଏ ଦୁର୍ଦ୍ଦଶା ମୋର,

କଳିଯୁଗର ଏ ଅଟେ ବିଚାର।


ନଷ୍ଟ କରି ମତେ କି ଲାଭ କୁହ,

ମୋ ପାଇଁକି ନିଶ୍ଚେ ବୋହିବ ଲୁହ।


ବରଷା ସମ୍ଭବ ମୋହରି ପାଇଁ ,

ତଥାପି ବି ମତେ କାଟୁଛ କାହିଁ।


ମତେ ହାଣି ତୁମେ କରୁଛ ସଫା,

ପ୍ରକୃତି ହୋଇବ ତୁମଠି ଖପ୍ପା।


ଦୟାକରି ତୁମେ ମତେ ନ ହାଣ,

ଉପକାରେ ନିଶ୍ଚ ଆସିବି ଜାଣ।


ମତେ ଜାଳି କର ଖାଦ୍ୟ ପ୍ରସ୍ତୁତ,

ମୋ ଖାଦ୍ୟ ପାଇଁ ତୁମେ ନୁହେଁ ଚିନ୍ତିତ।


ସକାଳ ସଞ୍ଜେ ମୁଁ ପିଲେ ପାଣି,

କାମ କରିବି ତୁମ ମନକୁ ଜାଣି।


ମୁଁ ବଞ୍ଚିଥିଲେ ବଞ୍ଚିବ ତୁମେ,

ମୁଁ ଝୁମୁଥିଲେ ଦୁନିଆ ଝୁମେ।


ନଷ୍ଟ ନ କରିଣ ବଞ୍ଚାଅ ମତେ,

ତୁମର ମଙ୍ଗଳ ହୋଇବ ସତେ।


ଯେତେ ପାର ସେତେ ଲଗାଅ ଗଛ,

ଆଉ ସବୁ କାମ ରଖିକି ପଛ।


ନେଇଅଛି ଯିଏ ମୋର ଯତ୍ନ,

ପାଇଅଛି ସିଏ ଅମୂଲ୍ୟ ରତ୍ନ।


ଯତ୍ନ ମୋହରି ନ ନେଲେ ଭାଇ,

ନିଜ ଦୁଃଖ ପାଇଁ ହୋଇବ ଦାୟୀ।


ଭାଇ ଭଉଣୀଙ୍କୁ କରେ ବିନତି,

ସେବୁଥାଅ ମତେ ନିତି ନିତି।


ଜନ୍ମ ଆଉ ମୃତ୍ୟୁ ଦୁନିଆ ରୀତି,

ମୋ ଅକାଳ ମୃତ୍ୟୁ ତୁମକୁ ବିପତ୍ତି।


ବଞ୍ଚିବାକୁ ମତେ ଦିଅ ହେ ଭାଇ,

ବନ୍ଧୁ ସହୋଦର ହୋଇବି ମୁହିଁ।



ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ

ମୟୂରଝାଲିଆ,ରଣପୁର

ନୟାଗଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy