STORYMIRROR

Pritipriya Mohanty

Others

3  

Pritipriya Mohanty

Others

ଆସିଛି ନୂଆ ବରଷ

ଆସିଛି ନୂଆ ବରଷ

1 min
422




ନୂଆ ବରଷ ଯେ ଆସିଅଛି ଆଜି

ନୂଆ ରଙ୍ଗ ରୂପ ନେଇ,

ଖୁସିରେ ନାଚିବା ହସିବା ଗାଇବା

ଝଗଡା ନ ହେବା କେହି।


ରାଗ ରୂଷା ଆଉ ମାନ ଅଭିମାନ

ସବୁକୁ ପାଶୋରି ଦେବା,

ନୂଆ ବରଷରେ ନିଜେ ହସି ପୁଣି

ଅନ୍ୟ ମୁହେଁ ହସ ଦେବା।


କେତେ ମାସ ବର୍ଷ ଆସିବ ଓ ଯିବ

ମଣିଷ ଜୀବନ କାଳେ,

ସାର୍ଥକ ହୋଇବ ଯଦି ସେ ନିଜକୁ

ଭଲ ରୂପେ ଗଢି ତୋଳେ।


ସଙ୍କଳପ ଟିଏ କରିବା ସଭିଏଁ

ହୋଇ ଏକ ମନ ପ୍ରାଣ,

ନୂଆ ବରଷରେ କୁଗୁଣକୁ ତ୍ୟାଗି

ଆପଣାଅ ଭଲ ଗୁଣ।


ଆରମ୍ଭ ଓ ଶେଷ ଜନମ ଓ ମୃତ୍ୟୁ

ଜୀବନର ଦୁଇ ରୀତି,

ଆସିଥିଲା ଯିଏ ଯିବ ପୁଣି ଚାଲି

ହୋଇବ ତାହାର ଇତି।


ଅଠରକୁ ଛାଡି ଉଣିଶିକୁ ସର୍ବେ

ସ୍ୱାଗତ କରିବା ଆସ,

ବରଷକ ପରେ ଥିରି ଥିରି ପୁଣି

ଗମିଛି ନୂଆ ବରଷ।


ପ୍ରୀତିପ୍ରିୟା ମହାନ୍ତି

ମୟୂରଝାଲିଆ,ରଣପୁର

ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍