Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pritipriya Mohanty

Others

3  

Pritipriya Mohanty

Others

ଜୀବନ ତତ୍ତ୍ୱ

ଜୀବନ ତତ୍ତ୍ୱ

1 min
201



ଜନମ କୁହଇ ମରଣ କୁ ଆଲୋ

ମତେ ଦେଖି ସର୍ବେ ଖୁସି,

ତୋତେ ଦେଖି କିଆଁ ସାରା ସଂସାରଟା

ଲୁହରେ ଯାଅଇ ଭାସି।


ସ୍ମିତହାସ୍ୟ ଦେଇ ମରଣ କହିଲା

ଏଇ ତ ଜୀବନ ତତ୍ତ୍ୱ,

ମୁଁ ନ ଥିଲେ କି ଏଇ ସଂସାରରେ

ଥାଆନ୍ତା ତୋର ମହତ୍ତ୍ୱ।


ତୋ ଠାରୁ ଆରମ୍ଭ ଏ ଜୀବ ଜଗତ

ମୋ ଠାରେ ହୁଅଇ ଶେଷ,

ନିଶା ନ ଥିଲେ କି ଉଷାର ମହତ୍ତ

ହେଉଥାନ୍ତା ପରକାଶ।


ଜନ୍ମରୁ ମରଣ ସମୟ ଅବଧି

ବୋଲାଏ ପରା ଜୀବନ,

କୁକର୍ମୁ ଦୂରେଇ ସୁକର୍ମ କୁ କରି

ଅରଯିବା ଯଶ ମାନ।


କୋଟି ପୂଣ୍ୟ ବଳେ ମଣିଷ ଜୀବନ

ଲଭିଅଛୁ ଏ ଜନମେ,

ସବୁରି ମନରେ ଜାଗାଟିଏ ଆମେ

ହାତେଇବା ସ୍ୱକରମେ।


ଦୁନିଆ ମଞ୍ଚରେ ଜୀବନ ଯାତ୍ରାରେ

ନିର୍ଦ୍ଦେଶକ ସେ ଇଶ୍ୱର,

ଇଙ୍ଗିତରେ ତାଙ୍କ ଅଭିନୟ ଚାଲେ

କଳାକାର ମାନଙ୍କର।


ଅଭିନୟ ସାରି ବାହୁଡିବା ଦିନେ

ଏ କଥା ସ୍ଥିର ନିଶ୍ଚିତ।

ଅମୂଲ୍ୟ ଜୀବନ ଆନନ୍ଦେ କାଟିବା

ଯେ ଯାଏଁ ଅଛେ ଜୀବିତ।


ପ୍ରୀତିପ୍ରିୟା ମହାନ୍ତି

ମୟୂରଝାଲିଆ,ରଣପୁର

ନୟାଗଡ଼


Rate this content
Log in