STORYMIRROR

Pritipriya Mohanty

Others

3  

Pritipriya Mohanty

Others

ଅମର ପ୍ରେମ

ଅମର ପ୍ରେମ

1 min
5.5K




ଜାଣିବ ଯେ' ଦିନ ପ୍ରିୟତମ ମୋର

ଯାଇଛି ମୁଁ ଯମପୁର,

ମୋ ରାଣ ତୁମକୁ ଢାଳିବନି ଜମା

ନୟନରୁ ଅଶ୍ରୁଧାର।


ପାଇବିନି ଶାନ୍ତି ଆର ପାରେ ଥାଇ

ଦେଖି ତୁମ ଆଖି ଲୁହ,

ତୁମ ମନେ ଯଦି ଦୁଃଖ ହୁଏ କେବେ

ମୋ ମନରେ ଉଠେ କୋହ।


ପାରିବଟି ଯଦି ଛୁଇଁଦେବ ଥରେ

ପ୍ରୀତି ଭରା ଆବେଗରେ,

କିଏ ଜାଣେ କାଳେ ଜିଇ ଉଠିବି ମୁଁ

ସେଇ ମିଠା ପରଶରେ।


ସାଇତି ରଖିବ ହୃଦୟରେ ମତେ

ଆଦର ଯତନ ଦେଇ,

ଯମ ଠାରୁ ବଳି ବଳୁଆ ହେଲେ ବି

ନେଇ ସେ ପାରିବ ନାହିଁ।


ବଞ୍ଚିବା ଲୋଭ ମୋ ଯାଉଅଛି ବଢି

ତୁମ ପାଇଁ ଆଗୋ ପ୍ରିୟ,

ପ୍ରେମ ମୋ ବଞ୍ଚିବ ତୁମରି ଭିତରେ

ନ ଥିଲେ ବି ଏଇ ଦେହ।


ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ

ମୟୂରଝାଲିଆ,ରଣପୁର

ନୟାଗଡ଼


Rate this content
Log in