STORYMIRROR

Pritipriya Mohanty

Others

1.2  

Pritipriya Mohanty

Others

ମନ ଓ ବିବେକ

ମନ ଓ ବିବେକ

1 min
2.0K




ମନ ଓ ବିବେକ ଦୁଇଟି ଜିନିଷ

ମଣିଷ ଅନ୍ତର କଥା,

ଦୁହିଁଙ୍କର ଭାବ ନ ମିଶିଲେ ନିଶ୍ଚେ

ହୁଅଇ ଅନେକ ବ୍ୟଥା।


ମନର ବେଗ ଯେ ଘୋଡା ପରି ଛୁଟେ

ଘଡିକରେ ଚଉଦିଗ,

ପ୍ରଖର ଗତିରେ ଧାବମାନ ସିଏ

ଦ୍ରୁତ ଅଟେ ତା'ର ବେଗ।



ଅବାଟରେ ମନ ନେଇପାରେ ହେଲେ

ବିବେକ ନିଅଇ ବାଟେ,

ବିବେକ କଥାରେ ଚାଲୁଥିଲେ ପଥ

ଦିନ ଆନନ୍ଦରେ କଟେ।


ମନ ଠୁ ବିବେକ ଅତି ବୁଦ୍ଧିମାନ

ବିଚାର ତାର ଉତ୍ତମ,

ବିବେକ କଥାକୁ ଶୁଣୁଥିଲେ ଜାଣ

ଜୀବନ ଅମୃତ ସମ।


ମନ ଓ ବିବେକ ସମତାଳ ଦେଇ

କରୁଥିବ ଯଦି ଗତି,

ଜୀବନ ପଥକୁ ପାରି ହୋଇଯିବା

ସହଜ ହୁଅଇ ଅତି।


ପ୍ରୀତିପ୍ରିୟା ମହାନ୍ତି

ମୟୂରଝାଲିଆ,ରଣପୁର

ନୟାଗଡ଼


Rate this content
Log in